Monday, April 21, 2025
34.7 C
Odisha

    ଲକ୍ଷପତି ଦିଦି ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ଗାନ୍ଧିନଗର: ଗୁଜୁରାଟରେ ପହଞ୍ଚିଲେ ମୋଦୀ । ନଭସରି ବଂଶୀବୋର୍ସିରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀ ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏକ ବିଶାଳ ରାଲିରେ ଯାଇ କାର୍ୟ୍ୟକ୍ରମ ସ୍ଥଳରେ ଯୋଗଦେଲେ । ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ନଭସରିରେ ଆୟୋଜିତ ହୋଇଛି ଲକ୍ଷପତି ଦିଦି ସମ୍ମେଳନ । ଯେଉଁଠି ପ୍ରଧାନମନ୍ତ୍ରୀ ୧.୧ ଲକ୍ଷ ମହିଳାଙ୍କୁ ସମ୍ବୋଧନ କରିବେ ଏବଂ ତାସହ ମହିଳା ମାନଙ୍କ ପାଇଁ ବଡ ଘୋଷଣା ବି କରିପାରନ୍ତି । ତେବେ ଲକ୍ଷପତି ଦିଦି ସମ୍ମେଳନସ୍ଥଳୀକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷପତି ଦିଦିମାନଙ୍କ ସହ ନଭସରିରରେ ଜଣ ଜଣ କରି ସମସ୍ତଙ୍କ ସହ କଥା ହୋଇଛନ୍ତି । ସେପଟେ ମୋଦୀଙ୍କ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାର ଆଜି ସମ୍ପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି ମହିଳା ପୁଲିସ ଅଧିକାରୀ । ପ୍ରଧାନମନ୍ତ୍ରୀ ହେଲିପ୍ୟାଡରେ ପହଞ୍ଚିବା ଠାରୁ ଆରମ୍ଭ କରି କାର୍ୟ୍ୟକ୍ରମସ୍ଥଳ ପହଞ୍ଚିବା ଯାଏଁ ସବୁ ସୁରକ୍ଷା ବ୍ୟବସ୍ଥାକୁ ମହିଳା ମାନେ ହିଁ ପରିଚାଳନା କରିଛନ୍ତି । ଆଜି ବିଶ୍ବ ମହିଳା ଦିବସ ଥିବାରୁ ଏପରି ଏକ ନିଆରା ପଦକ୍ଷେପ ନେଇ ମହିଳାଙ୍କୁ ସମ୍ମାନ ଦେଇଛି ଗୁଜୁରାଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    36 %
    3.8kmh
    2 %
    Mon
    37 °
    Tue
    44 °
    Wed
    44 °
    Thu
    44 °
    Fri
    45 °

    ସମ୍ବନ୍ଧିତ