Saturday, July 27, 2024
24.5 C
Odisha

    ଲାଇବ୍ରେରିଆନ, ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ପ୍ରାଇମେରୀ ଇନଭେଷ୍ଟିଗେଟର ପଦ ପାଇଁ ଆବେଦନ କରନ୍ତୁ

    ଆଗକୁ ପଢନ୍ତୁ

    ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ କିଛି ପଦ ପୂରଣ ପାଇଁ ଗତ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀଙ୍କୁ ଲାଇବ୍ରେରିଆନ, ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ପ୍ରାଇମେରୀ ଇନଭେଷ୍ଟିଗେଟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

    ଏହି ସମସ୍ତ ପଦ ପାଇଁ ଫେବୃଆରୀ ମାସ ୨୧ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୦ ତାରିଖରେ ସରିବ । ସେହିପରି ପ୍ରାର୍ଥୀମାନେ ଆସନ୍ତା ମାସ ୨୩ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ ଓ ଆସନ୍ତା ମାସ ୨୫ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲଇକେସନ ଫର୍ମ ସଂଶୋଧନ କରିପାରିବେ । ସିଜିଏଲ ସ୍ପେଶାଲିଷ୍ଟ ରୁଲ୍ସ, ୨୦୨୩ ଅଧିନରେ ନଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡ଼ିକରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

    ଭୁବନେଶ୍ୱର ସ୍ଥିତ ରାଜ୍ୟ ସରକାରଙ୍କର ଲୋକାୟୁକ୍ତ କାର୍ଯ୍ୟାଳୟରେ ଲାଇବ୍ରେରିଆନ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ବିଭାଗରେ ଆସିଷ୍ଟାଣ୍ଟ ଆନାଲିଷ୍ଟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଭୁବନେଶ୍ୱର ସ୍ଥିତ ରାଜ୍ୟ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାରେ ପ୍ରାଇମେରୀ ଇନଭେଷ୍ଟିଗେଟର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଲାଇବ୍ରେରିଆନ ପଦ ପାଇଁ ପ୍ରାର୍ଥୀ ଲାଇବ୍ରେରୀ ସାଇନ୍ସରେ ଡିଗ୍ରୀ ପାସ କରିବା ସହ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ