Thursday, April 16, 2026
42.9 C
Odisha

    ଲୁଟ୍‌ ପରେ ଚୋରି ଅଳଙ୍କାରକୁ ଘର ପଛପଟେ ଲୁଚାଇ ରଖିଥିଲେ ଦୁର୍ବୃତ୍ତ, ଅଚାନକ ଚଢାଉ କଲା ପୋଲିସ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା  : ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସ ଏକ ସୁନା ଦୋକାନରୁ ସୁନା ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ। ୨ କେଜି ୬୩୮ଗ୍ରାମ ରୂପା, ଟିଭିଏସ ଆପାଚି ବାଇକ, ୨ଟି ଲୁହାରଡ ଜବତ ସହ ଅଭିଯୁକ୍ତ ବାଲାଗାଁର ଚନ୍ଦନ ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଚୋରି ମାମଲା ରହିଛି। ଗତ ଡିସେମ୍ବର ୧୪ ତାରିଖ ରାତିରେ ଅଭିଯୁକ୍ତ ଲୁହାରଡରେ ଦୋକାନ ଗ୍ରିଲ ସଟର ତାଡି ସୁନା ଅଳଙ୍କାର ଲୁଟ୍‌ କରି ନେଇଥିଲେ। ଦୋକାନୀ ମାଲିକ ଦିନେଶ ସାଥୁଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୫୩୩/୨୫) ରୁଜୁ କରିଥିଲା। ଥାନାଧିକାରୀ ସଞ୍ଜୟ ନାୟକ ତତ୍ତ୍ୱାବଧାନରେ ଏସଆଇ ଦିନେଶ ପିଙ୍ଗୁଆଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ହେମ୍ବ୍ରମ, ହାବିଲଦାର ଏ.ସାମନ୍ତରାୟ ପ୍ରମୁଖଙ୍କୁ ନେଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ। ଅଭିଯୁକ୍ତ ଲୁଟ୍‌ ପରେ ଚୋରି ସାମଗ୍ରୀ ବିକ୍ରି କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଘର ପଛପଟେ ଲୁଚାଇ ରଖିଥିଲେ। ଆଜି ପୂର୍ବାହ୍ନରେ ପୋଲିସ ଟିମ ଅଭିଯୁକ୍ତ ଠିକଣାରେ ଚଢାଉ ବେଳେ ସେ ଘଟଣା ସମ୍ପର୍କରେ ମାନିଥିଲେ। ତା’ ଠାରୁ ରୂପା ଅଳଙ୍କାର ଜବତ କରାଯାଇଛି ବୋଲି ଆଦର୍ଶ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ସଞ୍ଜୟ ନାୟକ, ଅତିରିକ୍ତ ଆଇଆଇସି ଭ୍ଯଯଯଲକ୍ଷ୍ମୀ ବେହେରା, ତଦନ୍ତ ଅଧିକାରୀ ଦିନେଶ ପିଙ୍ଗୁଆ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    9 %
    3.5kmh
    3 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ