Saturday, May 2, 2026
27.9 C
Odisha

    ଲେଫ୍ରିପଡ଼ାର ପୂର୍ବତନ ବିଡିଓ ଓ ବଲାଙ୍ଗିର ଡିଏଫଓ ଅଫିସର ପୂର୍ବତନ କିରାଣିଙ୍କୁ ଜେଲ ଦଣ୍ଡାଦେଶ, ପେନସନ ବନ୍ଦ ପାଇଁ ହେବ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଅବସରପ୍ରାପ୍ତ ୨ଜଣ ସରକାରୀ କର୍ମଚାରୀ ସୁନ୍ଦରଗଡ଼ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ର ଏବଂ ବଲାଙ୍ଗିର ଡିଏଫଓ ଅଫିସର ପୂର୍ବତନ କିରାଣି କାଳନ୍ଦୀ ଭୂୟାଁଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଅନ୍ୟ ଜଣେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ବଲାଙ୍ଗିର ଡିଏଫଓ ଅଫିସର ପୂର୍ବତନ କିରାଣି କାଳନ୍ଦୀ ଭୂୟାଁଙ୍କୁ ୩ ବର୍ଷ ସଜା ମିଳିଛି। କାଳନ୍ଦୀ ଭୂୟାଁ ୧୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଭୟଙ୍କ ପେନସନ ବନ୍ଦ ପାଇଁ ଆବେଦନ କରିବାକୁ ଭିଜିଲାନ୍ସ ବିଭାଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    45 %
    0.8kmh
    0 %
    Sat
    41 °
    Sun
    41 °
    Mon
    41 °
    Tue
    38 °
    Wed
    37 °

    ସମ୍ବନ୍ଧିତ