Friday, October 2, 2026
22.9 C
Odisha

    ବିଚିତ୍ର ପ୍ରକାରର ଠକେଇ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୧ଟା ୪୦ମି ସମୟରେ ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରି ଅଙ୍ଗନୱାଡ଼ି କେନ୍ଦ୍ର ନଂ୧ ର ଦିଦିଙ୍କ ପାଖକୁ  ଏକ କଲ୍ ଆସିଲା ଏବଂ ମୁଁ ପୋଷଣ ବିଭାଗ ଭୁବନେଶ୍ବରରୁ କହୁଛି ବୋଲି ନିଜର ପରିଚୟ ଦେବା ସହିତ ବେଣାପଞ୍ଜାରି ଅଙ୍ଗନୱାଡ଼ି କେନ୍ଦ୍ର ନଂ୧ ରେ ପଞ୍ଜୀକୃତ ଗର୍ଭବତୀ ମହିଳା ମାନଙ୍କ ନାମ ଓ ସ୍ଵାମୀଙ୍କ ନାମ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଫୋନ୍ କରିଥିବା କହିଲା ତା’ପରେ ଗର୍ଭବତୀ ମହିଳା ମାନଙ୍କ ପଞ୍ଜୀକୃତ ମୋବାଇଲକୁ ଫୋନ୍ କରି କନଫରେଶିଂରେ ନେଇ ଅଙ୍ଗନୱାଡ଼ି ଦିଦିଙ୍କୁ ଜାଣିଛ କି ନାହିଁ ସରକାରଙ୍କ ତରଫରୁ ଦିଆଯାଉଥିବା ଖାଦ୍ୟ ଔଷଧ ଇତ୍ୟାଦି ପାଉଛ କି ନାହିଁ ପଚାରି ବୁଝିଲା ଓ ଫୋନ୍ କାଟିଦେଲା। କିଛି ସମୟ ପରେ ପୁଣି ପଞ୍ଜୀକୃତ ନମ୍ୱରକୁ(ସ୍ଵାମୀଙ୍କ ନମ୍ୱର) ଫୋନକରି ତୁମ ଆକାଉଣ୍ଟକୁ ପଇସା ଯାଉନାହିଁ ତୁମେ ତୁମ ଆକାଉଣ୍ଟରେ ପଇସା ଲଗାଅ ଇତ୍ୟାଦି ବିଭିନ୍ନ କଥାକହି,ପ୍ରଲୋଭନ ଦେଖାଇ ମହମ୍ମଦ ଜାପାନ ଙ୍କ ଆକାଉଣ୍ଟରୁ ୧୭୪୦ ଟଙ୍କା, ସଜାଦ ଖାଁ ଙ୍କ ଆକାଉନ୍ଟରୁ ୬୦୦୦ଟଙ୍କା ଉଠାଇ ନେଇ ଆହୁରୀ ଟଙ୍କା ଲଗାଇବାକୁ କହିବାରେ ଲୋକଙ୍କ ସନ୍ଦେହ ହେବାରୁ ଅଙ୍ଗନୱାଡ଼ି ଦିଦିଙ୍କୁ ଜଣାଇଲେ ଅଙ୍ଗନୱାଡ଼ି ଦିଦି ତା’ଙ୍କ ପାଖକୁ ଆସିଥିବା ନମ୍ୱରକୁ ତୁରନ୍ତ କଲ୍ କରିବାରେ କୌଣସି ଉତ୍ତର ମିଳିଲା ନାହିଁ।(ଫୋନ୍ ଉଠାଇଲେ ନାହିଁ)
    ଦିଦି ସଙ୍ଗେ,ସଙ୍ଗେ ଫୋନ୍ ଯୋଗେ ଜଟଣୀ ଶିଶୁ ବିକାଶ ଅଧିକାରିଣୀ, ଜଟଣୀ ଥାନା ଏବଂ ସାଇବର ସେଲ ନଂ ୧୯୩୦ ରେ ଜଣାଇଛନ୍ତି।

    ସୁଚନା ଯୋଗ୍ୟ ଅଙ୍ଗୱାଡ଼ି,ଏ ନ୍ ଏମ୍ ମାନେ ସାଧାରଣତଃ ଗର୍ଭବତୀ,ପ୍ରସୂତୀ ମହିଳାଙ୍କ ଖାଦ୍ୟ ଓ ଟୀକା କରଣ ପ୍ରଭୃତୀ ଅନ୍ ଲାଇନରେ କରିଥା’ନ୍ତି। ଯାହାର ସୁଯୋଗ ନେଇ ହ୍ୟାକର ମାନେ ଏଭଳି ଠକାମୀ କରୁଛନ୍ତି। ଅନଲାଇନ୍ ପଞ୍ଜୀକରଣର ଦୁରୁପ ଯୋଗ ହେଉଛି ସରକାର ଏଥିପ୍ରତି ଦୃଷ୍ଟି ନ’ଦେଲେ ଆଗକୁ ଆହୁରି ଅନେକ ଗରୀବ,ନୀରିହ ଲୋକ ଏହିଭଳି ଠକାମୀର ଶିକାର ହେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ