Wednesday, March 11, 2026
21.6 C
Odisha

    ଶୀତରେ ଥରୁଛି ସାରା ଓଡିଶା, ଆହୁରି ୪ ଦିନ ପର୍ଯ୍ୟନ୍ତ ଭୀଷଣ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପ୍ରବଳ ଶୀତରେ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା ।  ଉପାନ୍ତରୁ ଉପକୂଳ, ଶୀତ ଲହରି ଜାରି ରହିଛି ।  ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି ।  ଦିନ ତମାମ ଶୀତ ପୋଷାକ ପିନ୍ଧିବାକୁ ପଡ଼ୁଛି ।  ସକାଳେ ନିଆଁ ଛାଡ଼ୁ ନାହାନ୍ତି ଲୋକ ।  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।  ଅର୍ଥାତ ଭୀଷଣ ଶୀତ ପ୍ରବାହ ଜାରି ରହିବ ।  ପ୍ରବଳ ଥଣ୍ଡା ସହ କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଜାରି ରହିଛି ।

    ଗତ ୨୪ ଘଣ୍ଟାରେ ଫୁଲବାଣୀ, ରାଉରକେଲା, ଢେଙ୍କାନାଳରେ ଘନ କୁହୁଡ଼ି ପାଇଁ ଜନଜୀବନ ପ୍ରଭାବିତ ହୋଇଛି ।  ଆଜି ଓ ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ହେବ ।  ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।  ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଜନଜୀବନକୁ ପ୍ରଭାବିତ କରିବ ଘନ କୁହୁଡ଼ି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    65 %
    1.2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ