Thursday, May 21, 2026
43.7 C
Odisha

    ଶୀତ କମିବ: ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି।  ଫଳରେ ଶୀତ କମିବ, କିନ୍ତୁ ଘନ କୁହୁଡ଼ି ଜାରି ରହିବ ବୋଲି ପାଣିପାରଗ ବିଭାଗ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରାସ୍ତରରେ ସାମାନ୍ୟ ବୃଦ୍ଧି ଘଟିଛି । ଜି ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରି ସେଲସିୟସ ରହିଛି। ଏହା ରାଜ୍ୟର ସବୁଠାରୁ ଶୀତଳ ଅଞ୍ଚଳ ପାଲଟିଛି।ସେହିପରି ଫୁଲବାଣୀର ତାପମାତ୍ରା ୯ ଡିଗ୍ରି ସେଲସିୟସ, ରାଉରକେଲା ଏବଂ ଝାରସୁଗୁଡ଼ା ୧୦.୨  ଡିଗ୍ରି ସେଲସିୟସ ଥିବାବେଳେ  ଦାରିଙ୍ଗବାଡିର ତାପମାତ୍ରା ୧୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା।ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଏବଂ ୧୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।  ସାତ ଦିନ ପାଇଁ ଟୁଇନ୍ ସିଟିରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

    ଜାନୁଆରି ୨୪ ସକାଳ ପର୍ଯ୍ୟନ୍ତ ଜଗତସିଂହପୁର , କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.7 ° C
    43.7 °
    43.7 °
    10 %
    2.3kmh
    6 %
    Thu
    43 °
    Fri
    46 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ