Saturday, April 11, 2026
37.2 C
Odisha

    ଶେଷରେ ଅନେକ ଅପେକ୍ଷା ପରେ ବର୍ଷାରେ ଭିଜିଲା ଦିଲ୍ଲୀ.. ସକାଳୁ ସକାଳୁ ରାଜଧାନୀରେ ବର୍ଷା-ପବନର ତାଣ୍ଡବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସକାଳୁ ସକାଳୁ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ମୌସୁମୀ ଦିଲ୍ଲୀକୁ ଛୁଇଁଥିଲେ ବି ସେମିତି ବର୍ଷା ଦିଲ୍ଲୀରେ ହୋଇନଥିଲା । ଲୋକେ ବର୍ଷା ପାଇଁ ଆକାଶକୁ ଚାତକ ପରି ଚାହିଁ ରହିଥିବା ବେଳେ ଆଜି ସକାଳେ ସକାଳେ ବର୍ଷା ରଚିଛି ତାଣ୍ଡବଲୀଳା । ଭୋରୁ ଆକାଶରେ ମେଘ ଗର୍ଜନ କରିବା ସହ ଘଡଘଡିର ଶବ୍ଦ ଶୁଭିଥିଲା । ସିନ୍ଦୂରା ଫିଟିବା ବେଳକୁ ବଦଳିଯାଇଥିଲା ଆକାଶର ଚିତ୍ର । ଏମିତି ଲାଗୁଥିଲା ବର୍ଷା ଅଚାନକ ଏଇକ୍ଷଣି ଆକାଶରୁ ବର୍ଷିଯିବ । ଆଉ ସମୟ ନନେଇ ହଠାତ୍ ୫.୩୦ରେ ଢାଳିଥିଲା ବର୍ଷା । ଏତେ ଜୋରରେ ବର୍ଷିଲା ଯେ ଛାଡିବାର ନା ନେଇ ନଥିଲା । ବର୍ଷା ସାଙ୍ଗକୁ ପ୍ରବଳ ପବନ ବି ଅନୁଭୂତ ହୋଇଥିଲା ।ଯଦିଓ ଭାରତର ଅନେକ ରାଜ୍ୟରେ ବର୍ଷା ତାଣ୍ଡବ ରଚୁଥିବା ଦେଖିବାକୁ ମିଳିଛି ମାତ୍ର ଦିଲ୍ଲୀରେ ବର୍ଷାର ଦେଶ ଦର୍ଶନ ମିଳୁନଥିଲା । ସବୁଠି ବର୍ଷା ହେଉଥିବା ବେଳେ ଦିଲ୍ଲୀରେ ଖାଲି ଆକାଶ ମେଘାଚ୍ଛନ୍ନ ଥିଲା । ମାତ୍ର ଆଜି ସକାଳେ ବର୍ଷା ପୂରା ଦିଲ୍ଲୀକୁ ଭିଜାଇ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ