Sunday, February 15, 2026
17.1 C
Odisha

    ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ । ଚାଙ୍ଗଡ଼ା ଦ୍ୱାରରୁ ବେହେରଣ ଦ୍ୱାର ପର୍ଯ୍ୟନ୍ତ ରକ୍ତ ଛିଟା ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି । ରବିବାର ଭୋର ୫ଟା ୪୦ରେ ଦ୍ୱାର ଫିଟିଥିଲା । ସକାଳ ୬ଟା ୨୫ରେ ମଙ୍ଗଳ ଆଳତି ବଢି ଅନ୍ୟାନ୍ୟ ନୀତି ଚାଲିଥିଲା । ପୂର୍ବାହ୍ନ ୧୧ଟା ୫ରେ ସକାଳଧୂପ ବଢିଥିଲା । ଏହାପରେ ଶ୍ରଦ୍ଧାଳୁମାନେ ଭିତର କାଠକୁ ଯାଇ ଦର୍ଶନ କରୁଥିଲେ । ଏହି ସମୟରେ ଚାଙ୍ଗଡ଼ା ଦ୍ୱାରରୁ ବେହେରଣ ଦ୍ୱାର ପର୍ଯ୍ୟନ୍ତ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା ।

    ରକ୍ତ ପଡ଼ିଥିବା ଜଣାପଡିବା ପରେ ସେହିଠାରେ ନୀତି ଅଟକା ଯାଇ ମହାସ୍ନାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରତ୍ନସିଂହାସନଠାରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଧୂଆ ହୋଇ ଚୁନପାଣି ପଡିବ । ପୂଜାପଣ୍ଡା ସେବକମାନେ ମହାସ୍ନାନ ପୂଜା କରିବା ପରେ ପୁନଶ୍ଚ ଯେଉଁଠୁ ନୀତି ଅଟକି ଥିଲା ସେହିଠାରୁ ଆରମ୍ଭ ହେବ । ତେବେ ରକ୍ତ କିପରି ପଡିଥିଲା ତାହା ଜଣାପଡି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.1 ° C
    17.1 °
    17.1 °
    47 %
    1.3kmh
    5 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ