Friday, April 17, 2026
27.9 C
Odisha

    ସପ୍ତାହେ ମଧ୍ୟରେ ଦ୍ବିତୀୟ ଶ୍ରୀକ୍ଷେତ୍ର ଗସ୍ତ; ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍‌ଣ ୪ଟା ୪୫ରେ ପୁଣୀ ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲା ପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚଥିଲେ। ପରେ ସେଠାରୁ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ପହଞ୍ଚି ଥିଲେ।
    ଶ୍ରୀଜିଉଙ୍କୁ ଦର୍ଶନ ସାରି ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ। ସନ୍ଧ୍ୟା ୬ଟା ୧୫ରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

    ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପୂର୍ବରୁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ଓ ପୁରୀ ଏସ୍‌ପି ଡା. କେ ବିଶାଲ ସିଂହ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହେଲିପ୍ୟାଡ୍‌, ଶ୍ରୀଜଗନ୍ନାଥ ମନ୍ଦିର, ପ୍ରଦର୍ଶନୀ ଗୃହର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    46 %
    0.7kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ