Tuesday, September 16, 2025
28.3 C
Odisha

    ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି

    ଆଗକୁ ପଢନ୍ତୁ

    ସରକାରୀ ହୋମିଓପାଥିକ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ବିଭାଗରେ ଅଧ୍ୟାୟପକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏହାର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜିଲାଇ ୧୪ରେ ଏହି ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାକୁ ନେଇ ଓପିଏସସି ତରଫରୁ ସମ୍ପୂର୍ଣ୍ଣ ପ୍ରୋଗ୍ରାମ ଜାରି କରାଯାଇଛି । ଦୁଇଟି ଶିଫ୍ଟରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୯-୧୦.୩୦ ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ (ପେପର-୧) ଓ ମଧ୍ୟାହ୍ନ ୧୨- ୧.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ (ପେପର-୨) ପରୀକ୍ଷା ହେବ । ଇନଷ୍ଟିଚ୍ୟୁଟ ଅଫ୍ ପ୍ରୋଫେସନାଲ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ (ଆଇପିଏସଏଆର), କ୍ୟାମ୍ପସ-୧, ସିଡିଏ, ସେକ୍ଟର-୬, କଟକ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ । ଏହି ପରୀକ୍ଷା କେନ୍ଦ୍ରରେ କେଉଁ ପ୍ରାର୍ଥୀମାନେ ପରୀକ୍ଷା ଦେବେ ସେନେଇ ପ୍ରାର୍ଥୀଙ୍କର ରୋଲ ନମ୍ବରର ଏକ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି । ଆସନ୍ତା ମାସ ୮ ତାରିଖ ପରଠାରୁ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    74 %
    0.9kmh
    100 %
    Tue
    31 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ