Tuesday, September 15, 2026
31 C
Odisha

    ଇଣ୍ଡିଆ ପୋଷ୍ଟରେ ୨୩,୭୫୭ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

    ଆଗକୁ ପଢନ୍ତୁ

    ଇଣ୍ଡିଆ ପୋଷ୍ଟ ଗ୍ରାମୀଣ ଡାକ ସେବା ନିଯୁକ୍ତି ୨୦୨୬ ପାଇଁ ନୋଟିଫିକେସନ୍ ଜାରି କରିଛି । ଏହି ନିଯୁକ୍ତି ଭର୍ତ୍ତି ମଧ୍ୟରେ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ଏବଂ ଡାକ ସେବା ଭର୍ତ୍ତି ପାଇଁ ୨୩,୭୫୭ ପଦବୀ ଖାଲି ପଡିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଆପଣମାନେ ଚେକ୍ କରିପାରିବେ ।

    ପଦବୀ ବିବରଣୀ : ୨୩,୭୫୭

    ଆବେଦନ ତାରିଖ : ଇଣ୍ଡିଆ ପୋଷ୍ଟ ଜିଡିଏସ୍ ନିଯୁକ୍ତି ପାଇଁ ଓଟିଆର ପ୍ରକ୍ରିୟା ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୨ ରୁ ସେପ୍ଟେମ୍ବର ୨୧  ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରାଯାଇପାରିବ । ଆବେଦନ ସଂଶୋଧନ ୱିଣ୍ଡୋ ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ଉପଲବ୍ଧ ହେବ ।

    ବୟସ ସୀମା : GDS ଭର୍ତ୍ତି ପାଇଁ ଆବେଦନକାରୀଙ୍କ ବସୟ ସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି । SC, ST ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷ, OBC ବର୍ଗର ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ PWBD ବର୍ଗର ପ୍ରାର୍ଥୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ ।

    ଶିକ୍ଷାଗତ ଯୋଗ୍ୟତା : ଇଣ୍ଡିଆ ପୋଷ୍ଟ GDS ଭର୍ତ୍ତି ପାଇଁ ପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରେ ୧୦ମ ପାସ୍ କରିଥିବା ଜରୁରୀ । ଦଶମରେ ଗଣିତ ଏବଂ ଇଂରାଜୀ ବିଷୟରେ ପଢି ଏବଂ ପାସ୍ କରିଥିବା ନିଆତି ଆବଶ୍ୟକ । ଏହା ବ୍ୟତୀତ ଇଚ୍ଛୁକପ୍ରାର୍ଥୀ ସମ୍ବନ୍ଧିତ ରାଜ୍ୟ କିମ୍ବା ପୋଷ୍ଟ ପାଇଁ ନିର୍ଦ୍ଧାରିତ ସ୍ଥାନୀୟ ଭାଷା ଜାଣିଥିବା ମଧ୍ୟ ଜରୁରୀ । ଅରୁଣାଚଳ ପ୍ରଦେଶ, ଗୋଆ, ସିକିମ୍ ଏବଂ ନାଗାଲାଣ୍ଡ ଭଳି ରାଜ୍ୟରେ, ସମ୍ପୃକ୍ତ ସ୍ଥାନୀୟ ଆଦିବାସୀ ଭାଷା ଜ୍ଞାନର ପ୍ରମାଣ ମଧ୍ୟ ଆବଶ୍ୟକ ହୋଇପାରେ ।

    ଆବେଦନ ଶୁଳ୍କ: ଜେନେରାଲ, OBC ଏବଂ EWS ବର୍ଗ ପାଇଁ ପୁରୁଷ ଆବେଦନକାରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି । ଏସସି, ଏସଟି, ପିଡବ୍ଲୁବିଡି, ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଛାଡ କରାଯାଇଛି । ଫି ଅନଲାଇନରେ ଦେବାକୁ ପଡିବ।

    ଦରମା : ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନଙ୍କୁ ସମୟ ସମ୍ପର୍କିତ ନିରନ୍ତରତା ଭତ୍ତା (TRA) ଅଧୀନରେ ଦରମା ଦିଆଯିବ । ବ୍ରାଞ୍ଚ ପୋଷ୍ଟମାଷ୍ଟରମାନଙ୍କ ପାଇଁ TRA ୧୨,୦୦୦ ରୁ ୨୯,୩୮୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ଏବଂ ଡାକ ସେବକମାନଙ୍କ ପାଇଁ ଦରମା ୧୦,୦୦୦ଟଙ୍କାରୁ ୨୪,୪୭୦ଟଙ୍କା ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି । GDS ପଦବୀ ପାଇଁ କାମ କରିବା ପାଇଁ ପ୍ରତିଦିନ ୪ ରୁ ୫ ଘଣ୍ଟା ରହିଛି ।

    ଚୟନ ପ୍ରକ୍ରିୟା :  ଚୟନ ପାଇଁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ହେବ ନାହିଁ । ପ୍ରାର୍ଥୀଙ୍କ ଯୋଗ୍ୟତା ସେମାନଙ୍କର ଦଶମ ଶ୍ରେଣୀର ମାର୍କ ଆଧାରରେ ନିର୍ଣ୍ଣୟ କରାଯିବ । ମେରିଟ୍ ତାଲିକାରେ ମନୋନୀତ ବ୍ୟକ୍ତିମାନଙ୍କୁ ଡକାଯିବ। ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ହେବା ପରେ, ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ। ଚୟନ ପରେ, ପ୍ରାର୍ଥୀମାନେ ଏକ ନିର୍ଦ୍ଧାରିତ ନିଯୁକ୍ତି ପ୍ରକ୍ରିୟା ଏବଂ ମୌଳିକ ତାଲିମ ମଧ୍ୟ ପାଇବେ ।

    ଆବେଦନ ପ୍ରକ୍ରିୟା : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ସର୍ବ ପ୍ରଥମେ ଇଣ୍ଡିଆ ପୋଷ୍ଟରେ GDS ଭର୍ତ୍ତି ପୋର୍ଟାଲ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଥିପାଇଁ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ଜରୁରୀ । ରେଜିଷ୍ଟ୍ରେସନ୍ ପରେ ରେଜିଷ୍ଟ୍ରେସନପ୍ରାପ୍ତ ନମ୍ବର ଏବଂ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରିବାକୁ ପଡ଼ିବ । ଏହାପରେ ଇଚ୍ଛୁକପ୍ରାର୍ଥୀଙ୍କୁ ନିଜର ବ୍ୟକ୍ତିଗତ ସୂଚନା, ଦଶମ ଶ୍ରେଣୀ ଶିକ୍ଷା ଏବଂ ସେମାନଙ୍କର ପସନ୍ଦିତ ପୋଷ୍ଟାଲ୍ ଡିଭିଜନ ସମେତ ପ୍ରବେଶ କରିବାକୁ ପଡିବ । ସେମାନଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ସେମାନଙ୍କର ଫଟୋ ଏବଂ ଦସ୍ତଖତ ଅପଲୋଡ୍ କରିବାକୁ ପଡିବ । ଫଟୋ JPG/JPEG ଫର୍ମାଟରେ ୩୦ ରୁ ୧୦୦ KB ମଧ୍ୟରେ ଏବଂ ଦସ୍ତଖତ ୨୦ ରୁ ୧୦୦ KB ମଧ୍ୟରେ ହୋଇଥିବା ଉଚିତ । ଫର୍ମ ଦାଖଲ କରିବା ପୂର୍ବରୁ ସମସ୍ତ ସୂଚନା ଭଲଭାବରେ ଯାଞ୍ଚ କରନ୍ତୁ । ଆବେଦନ ଶୁଳ୍କ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଦାଖଲ କରିବା ପୂର୍ବରୁ ପ୍ରଯୁଜ୍ୟ ଶୁଳ୍କ ଦେବାକୁ ପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    61 %
    1.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ