Monday, May 25, 2026
26.8 C
Odisha

    ସିଭିଲ ସେବା ପରୀକ୍ଷା-୨୦୨୪ରେ ସଫଳତା ହାସଲ କରିଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା-୨୦୨୪ରେ ସଫଳତା ହାସଲ କରିଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଭିଲ ସେବା ପରୀକ୍ଷା – ୨୦୨୪ ପରୀକ୍ଷାରେ ସଫଳତା ହାସଲ କରିଥିବା ଓଡ଼ିଶାର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଉତ୍ତମ ଜନସେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସେବା ମନୋଭାବ ସମସ୍ତଙ୍କ ବ୍ରତ ହେଉ। ସରକାରୀ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପାରଦର୍ଶୀ ପ୍ରଶାସନ ଗଠନ ଦିଗରେ ସମସ୍ତେ ଏକନିଷ୍ଠ ହୋଇ କାର୍ଯ୍ୟ କରନ୍ତୁ। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.8 ° C
    26.8 °
    26.8 °
    85 %
    2kmh
    66 %
    Mon
    43 °
    Tue
    45 °
    Wed
    46 °
    Thu
    46 °
    Fri
    43 °

    ସମ୍ବନ୍ଧିତ