Saturday, July 5, 2025
24.2 C
Odisha

    ସିଭିଲ ସେବା ପରୀକ୍ଷା-୨୦୨୪ରେ ସଫଳତା ହାସଲ କରିଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା-୨୦୨୪ରେ ସଫଳତା ହାସଲ କରିଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଭିଲ ସେବା ପରୀକ୍ଷା – ୨୦୨୪ ପରୀକ୍ଷାରେ ସଫଳତା ହାସଲ କରିଥିବା ଓଡ଼ିଶାର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଉତ୍ତମ ଜନସେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସେବା ମନୋଭାବ ସମସ୍ତଙ୍କ ବ୍ରତ ହେଉ। ସରକାରୀ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପାରଦର୍ଶୀ ପ୍ରଶାସନ ଗଠନ ଦିଗରେ ସମସ୍ତେ ଏକନିଷ୍ଠ ହୋଇ କାର୍ଯ୍ୟ କରନ୍ତୁ। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.3kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ