Saturday, July 27, 2024
24.6 C
Odisha

    ସୋଆରେ ‘ଇ – ସମିଟ ୨୦୨୪’ ଉଦ୍‌ଘାଟିତ

    ଆଗକୁ ପଢନ୍ତୁ

    ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଶନିବାର ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ । ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ଓ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ (ସୋଆ – ସିଆଇଆଇ)ର ମିଳିତ ଆନୁକୂଲ୍ୟରେ ଏହି ସମିଟର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆଗ୍ରହୀ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର ଏଗ୍‌ଜିକ୍ୟୁଟିଭ ଚେୟାରମ୍ୟାନ୍ ଡକ୍ଟର ଓଙ୍କାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପୀଢ଼ି ଆତ୍ମନିର୍ଭରଶୀଳ ହେବା ସହ ନିଯୁକ୍ତି ପ୍ରଦାନକାରୀ ଭାବେ ନିଜକୁ ଗଢ଼ି ତୋଳିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ଷ୍ଟାର୍ଟଅପ ଗୁଡ଼ିକ ଅନେକ ସୁଯୋଗ ସୃଷ୍ଟି କରୁଥିବା ବେଳେ କମ୍ ପୁଞ୍ଜି ନିବେଶ କରି ଛାତ୍ରଛାତ୍ରୀମାନେ କିଭଳି ନିଜ ଷ୍ଟାର୍ଟଅପ୍‌କୁ ଅଧିକ ଲାଭଦାୟକ କରିପାରିବେ ସେ ବିଷୟରେ ସେ କହିଥିଲେ । ବର୍ତମାନ ଓଡ଼ିଶାରେ ସୋଆ ଭଳି ଶିଷାନୁଷ୍ଠାନ ଗୁଡ଼ିକ ଇକ୍ୟୁବେସନ୍ ସେଂଟର ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଖୁବ୍ ଆନନ୍ଦର ବିଷୟ ବୋଲି ସେ କହିଥିଲେ । ଭାରତ ବର୍ତମାନ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଅର୍ଥନୀତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ବୋଲି ପ୍ରକାଶ କରି ଡକ୍ଟର ରାୟ କହିଥିଲେ ଯେ ଓଡ଼ିଶାରେ ୧୯୪୦ଟି ସ୍ୱିକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଥିବା ବେଳେ କୃଷି କ୍ଷେତ୍ରରେ ୧୫୧, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ କ୍ଷେତ୍ରରେ ୨୫, ଅଟୋମୋଟିଭ୍‌ରେ ୨୭, ଟେଲିକମ୍ୟୁନିକେସନ୍ ଆଣ୍ଡ ନେଟ୍‌ୱାର୍କିଂରେ ୧୩, ଶିକ୍ଷା କ୍ଷେତ୍ରରେ ୧୩୩, କନ୍‌ଭେନସ୍‌ନାଲ୍ ଏନର୍ଜିରେ ୨ ଓ ରିନ୍ୟୁଏବଲ୍ ଏନର୍ଜିରେ ୨୨ଟି ଷ୍ଟାର୍ଟଅପ୍ ଗଢ଼ି ଉଠିଥିବା ସେ କହିଛନ୍ତି ।
    ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଥମ ଥର ପାଇଁ ଏଭଳି ଇ-ସମିଟ ହେଉଥିôବା କହିବା ସହ ଅଟଳ ଇକ୍ୟୁବେସନ୍ ସେଂଟର ଖୁବ୍ ଶୀଘ୍ର ତା’ର କାୟା ବିସ୍ତାର କରିବ ବୋଲି ପ୍ରକାଶ କରିଥିଲେ । କେବଳ ଇଂଜିନିୟରିଂ ନୁହେଁ ମାତ୍ର ବିଭିନ୍ନ ପାଠ୍ୟକ୍ରମରେ ସୋଆରେ ଇନୋଭେସନ୍‌କୁ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ ।
    ନିକଟରେ ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ସୋଆର ଦୁଇଟି ପ୍ରୋଜେକ୍ଟକୁ ପ୍ରଶଂସା କରାଯାଇଥବା ବେଳେ ସେଥି ମଧ୍ୟରୁ ଗୋଟିଏ କୃଷି ଏବଂ ଅନ୍ୟଟି ଡେଂଟାଲ୍ ସାଇନ୍‌ସେସ୍ ବିଭାଗର ବୋଲି ସେ କହିଥିଲେ । ଏହି ଅବସରରେ କେନ୍ସ ସେମିକନ୍‌ର ସିଇଓ ଶ୍ରୀ ରଘୁ ପାନିକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଷ୍ଟାର୍ଟଅପ୍ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଇଆର ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସୋଆ – ସିଆଇଆଇ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଡକ୍ଟର ରାୟଏକ ଷ୍ଟାର୍ଟଅପ୍ ଏକ୍ସପୋ ଓ ୨୪ ଘଂଟିଆ ଆଇଡିଆ ପ୍ରୋଟୋଟାଇପ୍ ହାକାଥନ୍ ଉଦ୍‌ଘାଟନ କରିଥିଲେ। ଆଇଟିଇଆର ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ