Saturday, March 7, 2026
19.4 C
Odisha

    ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ଆଲିଆ ଭଟ୍ଟ, କେବଳ କରିବେ ଆକ୍ଟିଂ

    ଆଗକୁ ପଢନ୍ତୁ

    ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଚମତ୍କାର ଅଭିନୟ ସହିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା ପାଇଁ ସେ ବେଶ୍ ଜଣାଶୁଣା । ମା’ ହେବା ପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ତେଣୁ ସେ ଏବେ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହାଁନ୍ତି ବୋଲି ନିକଟରେ ଏକ ଇଣ୍ଟରଭ୍ୟୁରେ ସ୍ପଷ୍ଟ କରିଛନ୍ତି । ଏହି ସବୁଥିରୁ ଦୂରରେ ରହି କେବଳ ନିଜ କାମ ଉପରେ ଦେବେ ବୋଲି ଖୋଲାଖୋଲି ଭାବେ କହିଛନ୍ତି ।

    ଆଲିଆ ଭଟ୍ଟ କହିଛନ୍ତି ଯେ, ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍ ଦ୍ବାରା ସେହି ଲୋକଙ୍କଠାରୁ ଦୂରେଇ ଯିବେ ଯେଉଁମାନେ ଦୀର୍ଘଦିନ ଧରି ତାଙ୍କୁ ସପୋର୍ଟ କରୁଥିଲେ । ସେ ବେଳେବେଳେ ସକାଳୁ ଉଠି ଭାବନ୍ତି ‘ଠିକ୍ ଅଛି, ମୁଁ କେବଳ ମୋର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଡିଲିଟ୍ କରିବାକୁ ଚାହୁଁଛି ଏବଂ କେବଳ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ହେବାକୁ ଚାହୁଁଛି।’

    ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ତାଙ୍କ ପର୍ସନାଲ ଲାଇଫକୁ ସେୟାର କରିବାର କତା ଆସେ ସେତେବେଳେ ଆଲିଆ ଭଟ୍ଟଙ୍କ ପାଇଁ କଷ୍ଟକର ହୋଇଯାଏ । ତାଙ୍କ ଆଲବମ୍ ରାହାର ଫଟୋରେ ଭରି ହୋଇ ରହିଛି । ତାଙ୍କୁ ଫଟୋ ଉଠାଇବା ପାଇଁ ହେଲେ ବହୁତ କଷ୍ଟ କରିବାକୁ ପଡ଼େ । ମା’ ହେବା ପରେ ଜଣେ ବ୍ୟକ୍ତିର ଶରୀର ଓ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥାଏ ବରେଲି ସେ କହିଥିଲେ ।

    ଯଦି ତାଙ୍କ କ୍ୟାରିଅର କଥା କୁହାଯାଏ ତେବେ ଆଲିଆ ଭଟ୍ଟ ତାଙ୍କ ଭଉଣୀ ଶାହିନ ଭଟ୍ଟ ଏବଂ ତାଙ୍କ ପ୍ରଡକ୍ସନ ବ୍ୟାନର, ପ୍ରାଇମ ଭିଡିଓ ସହିତ ମିଶି ରୋମାଣ୍ଟିକ କମେଡି “ଡୋଣ୍ଟ ବି ଶାଇ” ନିର୍ମାଣ କରୁଛନ୍ତି । ଅଭିନୟ କ୍ଷେତ୍ରରେ ସେ ସଞ୍ଜୟ ଲୀଲା ବଂଶାଲିଙ୍କ “ଲଭ୍ ଆଣ୍ଡ୍ ୱାର୍”ରେ ନଜର ଆସିବେ । ଏହି ଫିଲ୍ମରେ ରଣବୀର କପୁର ଏବଂ ଭିକି କୌଶଳଙ୍କ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    98 %
    2kmh
    10 %
    Sat
    36 °
    Sun
    37 °
    Mon
    38 °
    Tue
    39 °
    Wed
    38 °

    ସମ୍ବନ୍ଧିତ