Monday, April 6, 2026
24.9 C
Odisha

    ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

    ଆଗକୁ ପଢନ୍ତୁ

    ବଲାଙ୍ଗିର: ପାରିବାରିକ କଳହର କୁପରିଣତି । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅତର୍ଲା ଗାଁରେ ଘଟିଛି ଘଟଣା । ମୃତକ ହେଲେ ଅତର୍ଲା ଗାଁର ଅମୁଲ୍ୟ ବିଶ୍ୱାଳ । ଅଭିଯୁକ୍ତ ସ୍ୱାମୀ ଗୌତମ ବିଶ୍ୱାଳଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

    ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ସ୍ଵାମୀ ସ୍ତ୍ରୀକୁ ଖାଇବାକୁ ମାଗିଥିଲା । ମାତ୍ର ସ୍ତ୍ରୀ ଖାଇବାକୁ ନ ଦେବାରୁ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପରେ ଖବର ପାଇ ଦେଓଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ଏବଂ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ