Wednesday, September 9, 2026
28.8 C
Odisha

    ୟୁକ୍ରେନର ୧୦୦ଟି ସ୍ଥାନରେ ରୁଷର ପ୍ରଚଣ୍ଡ ଆକ୍ରମଣ

    ଆଗକୁ ପଢନ୍ତୁ

    କିବ୍ : ରୁଷ୍ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଉପରେ ଆକ୍ରମଣ କରିଛି ରୁଷ ସେନା । କୃଷ୍ଣ ସାଗରର ଟିୟୁ-୯୫ ବୋମାବର୍ଷକ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଏହି ଆକ୍ରମଣ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ ଏହା ରୁଷିଆର ସବୁଠାରୁ ବଡ଼ ଆକ୍ରମଣ। ମଙ୍ଗଳବାର ରାତିରେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରିଥିବାରୁ ରୁଷିଆର ଏହି ଆକ୍ରମଣକୁ ୟୁକ୍ରେନର ପ୍ରତିଶୋଧ ବୋଲି ବିବେଚନା କରାଯାଉଛି।

    ରୁଷର ଆକ୍ରମଣରେ କିବରେ ଏକ ଡଜନରୁ ଅଧିକ କୋଠା ଧ୍ୱଂସ ହୋଇଯାଇଛି। ଆକ୍ରମଣ ପରେ ଅନେକ କୋଠାରେ ନିଆଁ ଲାଗିଯାଇଥିଲା। ୟୁକ୍ରେନ୍ ମୃତକଙ୍କ ସଂଖ୍ୟା ପ୍ରକାଶ କରିନାହିଁ। ଋଷିଆ ଇସକନ୍ଦର କ୍ଷେପଣାସ୍ତ୍ର ଦ୍ବାରା ଏହି ଆକ୍ରମଣ କରିଛି । ଏହି ଆକ୍ରମଣରେ ୟୁକ୍ରେନକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ସକାଳ ସାଢ଼େ ୬ଟାରେ ରୁଷିଆ ପ୍ରଥମ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ସମଗ୍ର କିଭରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। କ୍ରମାଗତ ଭାବେ ସାଇରନ୍ ବାଜୁଛି ଓ ଲୋକେ ବଙ୍କରରେ ଆଶ୍ରୟ ନେଇଛନ୍ତି।

    ରୁଷିଆର ଆକ୍ରମଣକୁ ନେଇ ଜେଲେନସ୍କିଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ୪୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହୋଇଛି। ରୁଷିଆର ୩୦ଟି କ୍ଷେପଣାସ୍ତ୍ର ନଷ୍ଟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    75 %
    2.1kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ