Wednesday, November 11, 2026
25.5 C
Odisha

    ବଢ଼ିବନି ଧାନ ପଞ୍ଜୀକରଣ ଅବଧି ; ୬ ସୁଦ୍ଧା ୨୧.୪୨ ଲକ୍ଷ ଚାଷୀ ପଞ୍ଜିକୃତ: ସମବାୟ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଉ ବଢ଼ିବନି ଧାନ ପଞ୍ଜୀକରଣ ଅବଧି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବାବେଳେ ଚଳିତ ବର୍ଷ ୬ ତାରିଖ ସୁଦ୍ଧା ୨୧.୪୨ ଲକ୍ଷ ଚାଷୀ ପଞ୍ଜୀକରଣ କରିସାରିଲେଣି। ତେଣୁ ପଞ୍ଜୀକରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମନ୍ତ୍ରୀ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ପଞ୍ଜୀକରଣରେ ସମସ୍ୟା ଦେଖା ଦେଇଥିଲା। ତେଣୁ ପୂର୍ବରୁ ସରକାର ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧିକୁ ୭ ଦିନ ବୃଦ୍ଧି କରିଥିଲେ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଥିବାରୁ ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ସରକାରଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ହେବ। ୭ ତାରିଖ ରାତି ଗୋଟାଏ ଯାଏ ଚାଷୀ ଚାହିଁଲେ ପଞ୍ଜୀକରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହ ଆମ ସରକାର ସବୁବେଳେ ଚାଷୀଙ୍କ ହିତରେ ଅଛନ୍ତି। ବିରୋଧୀ କ’ଣ ପାଇଁ ପଞ୍ଜୀକରଣ ନାଁରେ ଆନ୍ଦୋଳନ ପାଇଁ ଧମକ ଦେଉଛନ୍ତି ତା’ର ଉତ୍ତର ସେମାନଙ୍କ ପାଖରେ ଥିବ। କେବଳ ଧାନ ନୁହେଁ, ଆମ ସରକାର ଚାଷୀଙ୍କୁ ସାର ମଧ୍ୟ ଯୋଗାଇ ଦେବାରେ ଅବହେଳା କରିନାହାନ୍ତି। ସରକାରଙ୍କ ପାଖରେ ୨୪ ହଜାର ୪୦୦ ଟନ୍ ସାର ଗଚ୍ଛିତ ରହିଛି। ଅବହେଳା ହେଲେ ଡିଲରଙ୍କୁ ନିଲମ୍ବନ କରାଯାଉଛି। ଲାଇସେନ୍ସ ରବ୍ଦ କରାଯାଉଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.5 ° C
    25.5 °
    25.5 °
    58 %
    1.3kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ