Tuesday, April 21, 2026
42.2 C
Odisha

    ୟୁଟ୍ୟୁବ୍‌ ଦେଖି ନିଜର ଆପେଣ୍ଡିକ୍ସ ଅସ୍ତ୍ରୋପଚାର କଲେ ଯୁବକ

    ଆଗକୁ ପଢନ୍ତୁ

    ମଥୁରା: ୟୁଟ୍ୟୁବ୍‌ରୁ ଅସ୍ତ୍ରୋପଚାର ଭିଡିଓ ଦେଖି ଉତ୍ତରପ୍ରଦେଶର ସୁନରଖ ଗାଁର ଜଣେ ଯୁବକ ନିଜ ଘରେ ନିଜର ଆପେଣ୍ଡିକ୍ସ ଅସ୍ତ୍ରୋପଚାର କରିଛନ୍ତି। ତେବେ ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବୃନ୍ଦାବନ ଜିଲ୍ଳା ହସ୍‌ପିଟାଲ୍‌ର ଡାକ୍ତର ଡା ଶଶୀ ରଞ୍ଜନ କହିଛନ୍ତି, ରାଜା ବାବୁ ( ୩୨)ଙ୍କୁ ତାଙ୍କ ଭାଇ ସାଥୀରେ ନେଇ ହସ୍‌ପିଟାଲ୍‌ ଆସିଥିଲେ।ପଚରାଉଚରା ବେଳେ ଯୁବକଜଣକ କହିଥିଲେ ସେ ୟୁଟ୍ୟୁବ୍‌ରୁ ଆପେଣ୍ଡିକ୍ସ ଅସ୍ତ୍ରୋପଚାର ଦେଖି ଅସ୍ତ୍ରୋପଚାର କରିବା ଶିଖିଥିଲେ। ବଜାରରୁ ବ୍ଲେଡ୍‌, ଛୁଞ୍ଚି ଆଦି ଆଣି ନିଜର ପେଟ କାଟି ଅସ୍ତ୍ରୋପଚାର କରିବା ସହ ୧୧ଟି ସିଲାଇ କରିଥିଲେ। ଏହାପରେ ତାଙ୍କ ଶରୀରରେ କେତେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ତେ‌ବେ ତାଙ୍କୁ ଆଗ୍ରା ଏସ୍‌ଏନ୍‌ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଛୋଟବେଳୁ ରାଜା ବାବୁଙ୍କ ଆପେଣ୍ଡିସାଇଟ୍‌ସ ସମସ୍ୟା ଥିଲା। ୧୪ ବର୍ଷ ବୟସରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହା ସତ୍ତ୍ବେ ସେ ଗତ କିଛି ବର୍ଷ ଧରି ନିଜର ତଳିପେଟରେ ପୀଡ଼ା ଅନୁଭବ କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.2 ° C
    42.2 °
    42.2 °
    11 %
    3.4kmh
    8 %
    Tue
    41 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ