Saturday, March 7, 2026
19.4 C
Odisha

    ୧୮ଟି ଜିଲ୍ଲାର ସାଙ୍ଗଠନିକ ନିର୍ବାଚନ ଶେଷ, ଜିଲ୍ଲା ସଭାପତି ଚୟନ କଲା ବିଜେଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ୧୮ଟି ଜିଲ୍ଲାର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସେହି ୧୮ଟି ଜିଲ୍ଲାରେ ଏକକ ନାମାଙ୍କନ ଥିବାରୁ ଜିଲ୍ଲା ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ସଭାପତି ଭାବେ ବ୍ରଜ କିଶୋର ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ସଭାପତି ଭାବେ ସୁଶାନ୍ତ ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ବୌଦ୍ଧରେ ପ୍ରଦୀପ କୁମାର ଅମାତ, ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି ନିର୍ବାଚିତ ହୋଇଛନ୍ତି।

    ସେହିପରି ଯାଜପୁର ଜିଲ୍ଲା ସଭାପତି ଭାବେ ସରୋଜ ମହାପାତ୍ର ନିର୍ବାଚିତ ହୋଇଥିବା ବେଳେ ଝାରସୁଗୁଡା ପାଇଁ ହରିସ ଗଂତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା, ମାଲକାନଗିରି – ମାନସ ମାଡକାମୀ, ମୟୁରଭଞ୍ଜ (୧) – ସୁଦାମ ମାରାଣ୍ଡି, ନବରଙ୍ଗପୁର – ମନୋହର ରାନ୍ଧାରୀ, ନୟାଗଡ଼ – ରମେଶ ବେହେରା, ନୂଆପଡା – ଅବନୀ ରଞ୍ଜନ ଯୋଶୀ, ପୁରୀ – ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର – ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼ – ଯୋଗେଶ କୁମାର ସିଂ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଥିବା ବିଜେଡି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    98 %
    2kmh
    10 %
    Sat
    36 °
    Sun
    37 °
    Mon
    38 °
    Tue
    39 °
    Wed
    38 °

    ସମ୍ବନ୍ଧିତ