ବାଂଲାଦେଶର ହିଂସା ଏବଂ ବିରୋଧ ମଧ୍ୟରେ ଅନେକ ଭାରତୀୟ ସେଠାରେ ଫଶି ରହିଥିଲେ । ଏଥିରୁ ଅନେକ ଛାତ୍ର ମଧ୍ୟ ଥିଲେ । ବୁଧବାର ଦିନ ଏୟାର ଇଣ୍ଡିଆର ସ୍ପେଶାଲ ଫ୍ଲାଇଟ ୨୦୫। ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀରେ ପହଞ୍ଚିଛି, ଯେଉଁଥିରେ ଛଅ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଲୋକମାନେ ଆରମରେ ନିଶ୍ୱାସ ନେଇଛନ୍ତି । ଏୟାର ଇଣ୍ଡିଆର ସ୍ପେଶାଲ ଫ୍ଲାଇଟ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଉଡାଣ ଭରିଥିଲା, ଯାହା ସକାଳେ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରିଥିଲା ବାଂଲାଦେଶରେ ପରିସ୍ଥିତି ଠିକ ହେବା ପରେ ମଧ୍ୟ ଏୟାର ଇଣ୍ଡିଆର ଫ୍ଲାଇଟକୁ ସେଠାରେ ଫଶିଥିବା ଭାରତୀୟଙ୍କୁ ଦେଶକୁ ଆଣିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏୟାର ଇଣ୍ଡିଆର ଫ୍ଲାଇଟକୁ ମଙ୍ଗଳବାର ଦିନ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରକୁ ପଠାଯାଇଥିଲା ଏବଂ ସେଠାରେ ସଙ୍ଗେ ସଙ୍ଗେ ୨୦୫ ଜଣ ଭାରତୀୟଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ନିରାପଦରେ ପହଞ୍ଚିଥିଲା । ତେବେ ବାଂଲାଦେଶରୁ ଭାରତୀୟଙ୍କୁ ଆଣିବା ଲାଗି ଆଜିଠାରୁ ପ୍ରତିଦିନ ଢାକାକୁ ଦୁଇଟି ବିମାନ ପଠାଯିବ ।
Home ୨୦୫ ଭାରତୀୟଙ୍କୁ ବାଂଲାଦେଶରୁ ଦିଲ୍ଲୀ ଆଣିଲା ଏୟାର ଇଣ୍ଡିଆ ଫ୍ଲାଇଟ