Friday, September 4, 2026
23 C
Odisha

    ନିଶାସକ୍ତ ଅବସ୍ଥାରେ ମାଆକୁ ପିଟିପିଟି ମାରିଦେଲା ପୁଅ, ରାଜକନିକା ଥାନାରେ ପୁଅ ଅଟକ

    ଆଗକୁ ପଢନ୍ତୁ

    ଆଳି : ମାଆକୁ ପିଟିପିଟି ମାରିଦେଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାତୁଳି ଗାଁରେ ହୀରାମଣି ସାହୁଙ୍କୁ (୭୫ )ତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ଏକ ବାଡ଼ିରେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମାଆ ଶୋଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ପୁଅ ବିଜୟ ସାହୁ ଏକ ବାଡ଼ିରେ ମାଆଙ୍କୁ ଆକ୍ରମଣ କରିଥିଲା । ଫଳରେ ହୀରାମଣିଙ୍କର ମୃତ୍ୟୁ ଘଟିଥିଲା । ଆଜି ଗାଁ ଲୋକମାନେ ଏଘଟଣା ସମ୍ପର୍କରେ ଜାଣିବାପରେ ରାଜକନିକା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ପୁଅ ବିଜୟ ସାହୁକୁ ଥାନାରେ ଅଟକ ରଖିବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    87 %
    0.8kmh
    97 %
    Fri
    28 °
    Sat
    31 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ