Saturday, February 14, 2026
16.3 C
Odisha

    ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଉର୍ଜା ଦେଉଛି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି। ଆଜି ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ଅବସର ଥିବାରୁ ଓଡ଼ିଶାର ବିକାଶ ଲାଗି, ଦେଶର ବିକାଶ ଲାଗି ବିଜୁବାବୁଙ୍କ ଯୋଗଦାନ ଅପୂରଣୀୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ତ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧେୟ ବିଜୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ଯେଉଁ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥାଏ, ଏହାକୁ ପୂର୍ଣ୍ଣ ରୂପ ଦେବା ପାଇଁ ମଧ୍ୟ କାମ କରିଥାଏ। ୨୦୧୪ ମସହିା ପୂର୍ବରୁ ଅଟକି ଥିବା ପ୍ରକଳ୍ପଗୁଡ଼ିକର କାମ ଅଧିକ ତ୍ବରାନ୍ବିତ ହୋଇଛି। ଆମ ସରକାର ପାରାଦୀପ ରିଫାଇନାରି ପ୍ରକଳ୍ପକୁ ପୂରା କରିଛି। ପୂର୍ବ ଭାରତର ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ବିକାଶ କରାଯାଇଛି। ଆଜି ଦେଶରେ ଏମିତି ସରକାର ଅଛି ଯିଏ ବର୍ତ୍ତମାନ ପାଇଁ ଚିନ୍ତା କରୁଛି ଏବଂ ବିକଶିତ ଭାରତର ସଂକଳ୍ପର ନେଇ ଭବିଷ୍ୟତ ପାଇଁ ବି କାମ କରୁଛି । ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଅଧିକରୁ ଅଧିକ ଫୋକସ କରାଯାଉଛି । ପୂର୍ବ ତୁଳନାରେ ଅଧିକ ଦ୍ରୁତ ଗତିରେ ବିକାଶମୂଳକ ପ୍ରକଳ୍ପର କାମ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    41 %
    1kmh
    4 %
    Sat
    32 °
    Sun
    33 °
    Mon
    34 °
    Tue
    34 °
    Wed
    34 °

    ସମ୍ବନ୍ଧିତ