Saturday, April 19, 2025
27.6 C
Odisha

    ୩ କୋଟି ମହିଳା ହେବେ ଲକ୍ଷପତି ଦିଦି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲକ୍ଷପତି ଦିଦି ଯୋଜନାରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଲାଗି ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ସରକାର ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହଯୋଗ କରିଥାଆନ୍ତି। ସରକାର ୩ କୋଟି ମହିଳାଙ୍କୁ ଲକ୍ଷପତି କରାଇବା ପାଇଁ ଏହି ଯୋଜନାରେ ବିନା କୌଣସି ସୁଧରେ ଏକ ଲକ୍ଷ ଟଙ୍କାର ଲୋନ ପ୍ରଦାନ କରିବେ। ଏହି ଯୋଜନା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ।

    ଲକ୍ଷପତି ଦିଦି ଯୋଜନାର ଆରମ୍ଭ: ଲକ୍ଷପତି ଦିଦି ଯୋଜନାର ଆରମ୍ଭ ୧୫ ଅଗଷ୍ଟ ୨୦୨୩ରେ କରାଯାଇଥିଲା। ଏହି ଯୋଜନା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର କରିବାକୁ ଆରମ୍ଭ କରାଯାଇଥିଲା।ଏହି ଯୋଜନାରେ ମହିଳାମାନଙ୍କୁ ନିଜେ ବିଜନେସ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ।

    ଏହି ସର୍ତ୍ତକୁ କରିବାକୁ ପଡିବ ପୂରଣ: ଲକ୍ଷପତି ଦିଦି ଯୋଜନାରେ ଆବେଦନ କରିବା ଲାଗି କିଛି ଟର୍ମ ଏବଂ କଣ୍ଡିସନ ମଧ୍ୟ ଦିଆଯାଇଛି।ଏହି ଯୋଜନାରେ ସବୁଠୁ ବଡ଼ ଗୁରୁତ୍ୱପୁର୍ଣ୍ଣ ସର୍ତ୍ତ ହେଲା, ଏଥିରେ ଆବେଦନ କରୁଥିବା ଆବେଦନକାରୀଙ୍କ ପରିବାରର କେହି ସରକାରୀ ଚାକିରି ନ କରିଥିବା ଆବଶ୍ୟକ। ଏହା ବ୍ୟତୀତ ଏହି ଯୋଜନା ପାଇଁ କେବଳ ସେହିମାନେ ଆବେଦନ କରିପାରିବେ, ଯେଉଁମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ବା ସେଥିରୁ କମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.6 ° C
    27.6 °
    27.6 °
    56 %
    2.2kmh
    11 %
    Fri
    28 °
    Sat
    42 °
    Sun
    43 °
    Mon
    43 °
    Tue
    44 °

    ସମ୍ବନ୍ଧିତ