Sunday, October 18, 2026
24.8 C
Odisha

    ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ହୋଇଯାଆନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ବ୍ୟବହାରକାରୀ ଫେବୃଆରୀ ପହିଲାରୁ ଆର୍ଥିକ କାରବାର କରିପାରିବେ ନାହିଁ। ଏନେଇ ଭାରତୀୟ ଜାତୀୟ ଦେୟ ନିଗମ (ଏନ୍‌ପିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇଡିରେ କେବଳ ଅକ୍ଷର ଓ ସଂଖ୍ୟା ଥିବା ଆବଶ୍ୟକ। ଧୀରେ ଧୀରେ ନଗଦ ଅର୍ଥ କାରବାର ପରିବର୍ତ୍ତେ ଡିଜିଟାଲ ଅର୍ଥ କାରବାର ବଢ଼ିବାରେ ଲାଗିଛି। ଏଥିସହ ବଢ଼ୁଥିବା ସାଇବର ଠକେଇ ମଧ୍ୟ ଏବେ ଚିନ୍ତାର କାରଣ ହୋଇଛି। ତେଣୁ ଲୋକପ୍ରିୟ ଡିଜିଟାଲ ଦେୟ ପ୍ଲାଟଫର୍ମର ସୁରକ୍ଷା ବଢ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉଦାହରଣ ସ୍ବରୂପ ‘upi@1234567890#abc!’ ଏହା ଏକ ଅବୈଧ ଆଇଡି। ଏଥିରେ @, # ଓ ! ତିନୋଟି ବିଶେଷ ଅକ୍ଷର ରହିଛି। ଅନ୍ୟପକ୍ଷରେ ‘upi1234567890abc’ ଏକ ବୈଧ ଆଇଡି।ଏଥିରେ କେବଳ ଅକ୍ଷର ଓ ସଂଖ୍ୟା ରହିଛି। ଯଦି କୌଣସି ବ୍ୟକ୍ତି ନିୟମ ପାଳନ କରୁ ନ ଥିବା ଆପ୍‌ ବ୍ୟବହାର କରି ଆର୍ଥିକ କାରବାର କରନ୍ତି ଓ ତାଙ୍କ ଆଇଡିରେ ସ୍ବତନ୍ତ୍ର ଅକ୍ଷର ଥାଏ, ତେବେ ଫେବୃଆରୀ ପହିଲାରୁ ତାହା ଏନ୍‌ପିସିଆଇ ଦ୍ବାରା ନାକଚ ହୋଇଯିବ। ଏହାର ସମାଧାନ ପାଇଁ ଆଇଡି ଯାଞ୍ଚ କରିବା ଓ କୌଣସି ପ୍ରକାର ସନ୍ଦେହ ଥିଲେ ଗ୍ରାହକ ସେବାକୁ ସମ୍ପର୍କ କରିବା ପାଇଁ ଏନ୍‌ପିସିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେଣୁ ଏହି ସମସ୍ୟାରୁ ବର୍ତ୍ତିବାକୁ ହେଲେ ସମର୍ଥିତ ଆପ୍‌ ଷ୍ଟୋର୍‌ରୁ ୟୁପିଆଇ ଆପ୍‌ ଡାଉନ୍‌ଡୋଲ କରିବା ଓ ଏନ୍‌ପିସିଆଇ ନିୟମ ପାଳନ କରୁ ନ ଥିବା ତୃତୀୟପକ୍ଷ ଆପ୍‌ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ