Wednesday, March 11, 2026
22.7 C
Odisha

    ୩ ଟି ଶାବକ ଜନ୍ମ ଦେଇଛି ଜୟଶ୍ରୀ

    ଆଗକୁ ପଢନ୍ତୁ

    ବରାଙ୍ଗ: ନନ୍ଦନକାନନକୁ ନୂଆ ବର୍ଷ ଭେଟି ।  ମା ହେଲା ବାଘୁଣୀ ଜୟଶ୍ରୀ ।  ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଗତକାଲି ୩ ଟି ଶାବକ ଜନ୍ମ ଦେଇଛି ।  ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଶାବକକୁ ମା ଗ୍ରହଣ କରିନାହିଁ ।  ଫଳରେ ଜୀବିତ ଥିବା ଶାବକକୁ ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖାଯାଇ ଯତ୍ନ ନିଆଯାଉଛି ।ଅପ୍ରାପ୍ତ ବୟସରେ ବାଘୁଣୀ ମା ହେବାରୁ ସେ ସଠିକ୍ ଭାବେ ଶାବକଙ୍କ ଯତ୍ନ ନେଇ ପାରିନି,ଏଥିସହ ଶାବକଙ୍କୁ ସ୍ତନ୍ୟପାନ ମଧ୍ଯ କରାଇ ପାରିନାହିଁ ।  ଯାହା ଫଳରେ ପ୍ରଥମ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଛି ।  ଅନ୍ୟ ଶାବକକୁ ମଧ୍ୟ ମା ଗ୍ରହଣ କରିନଥିଲା ଏବଂ ସ୍ତନ୍ୟପାନ କରାଇନଥିଲା ।

    ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ଜୀବିତ ଶାବକକୁ ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହା ଏକ ବିରଳ ଘଟଣା ବୋଲି କୁହଯାଉଛ ।  ମାତ୍ର ୩୪ ମାସ ବୟସରେ ମା’ ହୋଇଛି ବାଘୁଣୀ ଜୟଶ୍ରୀ ।  ବର୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    69 %
    2.1kmh
    0 %
    Tue
    23 °
    Wed
    37 °
    Thu
    37 °
    Fri
    39 °
    Sat
    40 °

    ସମ୍ବନ୍ଧିତ