Saturday, March 14, 2026
22 C
Odisha

    ୮ ଲକ୍ଷ ପୁରସ୍କାର ଘୋଷିତ ମାଓ କମାଣ୍ଡର ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ସୀମାନ୍ତରେ ଆଜି ପୁଣି ନକ୍ସଲ ପୁଲିସ ଗୁଳିବିନିମୟ ଘଟିଛି। କାଂକେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳର ସୀତାରାମ ଜଂଗଲରେ ଡିଆରଜି ,ବିଏସଏଫ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଦୁହିଁଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ତେବେ ଯବାନ ନକ୍ସଲଙ୍କୁ ପିଛା କରି ସର୍ଚ୍ଚ ଅପରେସନ କରୁଥିବା ବେଳେ ମିଲିଟ୍ରି କମ୍ପାନୀ ୫ର ପ୍ଲାଟୁନ ନମ୍ବର-୨ର କମାଣ୍ଡର ମୋତିରାମ ଓରଫ ରାକେଶ ଉସେଣ୍ଡି(୩୯)କୁ ଯବାନ ଗିରଫ କରିଥିଲେ।ମୋତିରାମ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣାସ୍ଥଲରୁ ଯବାନ ଗୋଟିଏ ବନ୍ଧୁକ,ବିସ୍ଫୋରକ ସମେତ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି। ପୁଲିସ ମୋତିରାମକୁ ଧରି ପଚରାଉଚରା କରୁଛି। ମୋତିରାମ ଠାରୁ ପୁଲିସ ବହୁ ତଥ୍ୟ ହାସଲ କରିବ ବୋଲି ଜଣାପଡିଛି। ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତାର ପୁଲିସକୁ ମାଓ ଦମନରେ ସଫଳତା ମିଳୁଥିଲେ ମଧ୍ୟ ନକ୍ସଲ ନିଜର ହିଂସାତ୍ମକ ପନ୍ଥା ଛାଡୁନାହାନ୍ତି।
    ଏପଟେ ପୁଲିସ ଗତକାଲି ୧୨ ଜଣ ନକ୍ସଲକୁ ମାରିଥିବା ବେଳେ ଅନ୍ୟ ଦିଗରେ ନକ୍ସଲ ଜଣେ ଗ୍ରାମବାସୀକୁ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରିଛନ୍ତି। ବିଜାପୁର ଜିଲ୍ଲାର ମିରତୁର ଥାନା ଅଂଚଳର ହଲ୍ଲୁର ଗ୍ରାମବାସୀ ସକ୍କୁ ହପକା(୪୮)କୁ ନକ୍ସଲ ଗତକାଲି ରାତିରେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ହଲ୍ଲୁର ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମର ସକ୍କୁ ହପକାକୁ ଖୋଜିଥିଲେ। ସକ୍କୁର ଘର ପାଇବା ପରେ ତାକୁ ଘରୁ ଟାଣି ଆଣିଥିଲେ। ପରେ ତାକୁ ଅପହରଣ କରିନେଇ ଜଂଗଲକୁ ଚାଲିଯାଇଥିଲେ। ଜଂଗଲରେ ସକ୍କୁକୁ ପୁଲିସ ସୂଚନାଦାତା କହି ନିର୍ଦ୍ଧୁମ ପିଟିବା ସହ ଗଳାକୁ ଚିପି ହତ୍ୟା କରିଥିଲେ।

    ପରେ ଶବକୁ ଜଂଗଲରେ ଫିଙ୍ଗି ଚାଲିଯାଇଥିଲେ। ଶବ ନିକଟରେ ନକ୍ସଲ ପୋଷ୍ଟର ଛାଡିକୁ ଯାଇଥିଲେ। ସକ୍କୁ ପୁଲିସକୁ ନକ୍ସଲ ଗତିବିଧି ସଂପର୍କରେ ସୂଚନା ଦେଉଥିଲା। ବାରମ୍ବାର କହିବା ସତ୍ବେ ସେ ସୁଧୁରୁନଥିଲା। ତେଣୁ ତାକୁ ମୃତ୍ୟୁ ଦଣ୍ଡ ଦିଆଗଲା ବୋଲି ମିରତୁର ଏରିଆ କମିଟି ନିଜକୁ ଦାୟୀ କରିଛି। ପୁଲିସ ଘଟଣାସ୍ଥଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ