Wednesday, September 30, 2026
22.7 C
Odisha

    -ୱାଘା ସୀମା ଖୋଲିଲା ପାକିସ୍ତାନ; ସ୍ବଦେଶ ବାହୁଡ଼ିଲେ ୨୧ ଜଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ନିଜ ନାଗରିକଙ୍କୁ ସ୍ୱଦେଶ ଫେରିବା ପାଇଁ ପାକିସ୍ତାନ ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି। ଗୁରୁବାର ସୀମା ବନ୍ଦ ରହିଥିବାରୁ ଅନେକ ପାକିସ୍ତାନୀ ନାଗରିକ ଭାରତ ପାର୍ଶ୍ୱରେ ଫସି ରହିଥିଲେ। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଭାରତରେ ଭିସାରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ଭାରତ କହିଥିଲା। ସୂଚନାନୁଯାୟୀ, ଭାରତ ଛାଡ଼ିବାପାଇଁ ଧାର୍ଯ୍ୟ ସମୟ ଶେଷ ହୋଇଯାଇଥିଲେ ସୁଦ୍ଧା ୭୦ ପାକିସ୍ତାନୀ ନାଗରିକ ଗୁରୁବାର ସୀମା ନିକଟରେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣ ଆଜି ପାକିସ୍ତାନରେ ପ୍ରବେଶ କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ ୨୧ ପାକିସ୍ତାନୀ ନାଗରିକ ପାକିସ୍ତାନରେ ପ୍ରବେଶ କରିବା ପୂ‌ର୍ବରୁ ସେମାନେ ଇଣ୍ଟିଗ୍ରେଟେଡ୍‌ ଚେକପୋଷ୍ଟ୍‌ ବାହାରେ ଅଟକି ରହିଥିଲେ। ଆହୁରି ୫୦ରୁ ଅଧିକ ପାକିସ୍ତାନୀ ନାଗରିକ ଇଣ୍ଟିଗ୍ରେ‌ଟେଡ୍‌ ଚେକପୋଷ୍ଟ୍‌ ବାହାରେ ଧାଡ଼ିରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ପ୍ରଥମେ ନିଜ ନାଗରିକଙ୍କୁ ନେବାପାଇଁ ମନା କରିଦେଲା। ଅବଶ୍ୟ ପରେ ପାକିସ୍ତାନ ନିଜର ନିଷ୍ପତ୍ତି ବଦଳାଇ ନିଜ ନାଗରିକଙ୍କୁ ଗ୍ରହଣ କରିବ ବୋଲି କହିଥିଲା। ଭାରତରେ ଫସିଥିବା ନାଗରିକଙ୍କୁ ଗ୍ରହଣ କରିବାପାଇଁ ୱାଘା ସୀମା ବ୍ୟବହାର କରିବାକୁ ପାକିସ୍ତାନ ଅନୁମତି ଦେବ ବୋଲି ଘୋଷଣା କରିଛି।ବୁଧବାର ଅଟାରି-ୱାଘା ସୀମା ଦେଇ ମୋଟ ୧୨୫ ଜଣ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଥିବା ବେଳେ ଗତ ୭ ଦିନ ମଧ୍ୟରେ ଦେଶ ଛାଡ଼ିଥିବା ପାକିସ୍ତାନୀଙ୍କ ସଂଖ୍ୟା ୯୧୧ରେ ପହଞ୍ଚିଛି। ସାର୍କ ଭିସା ଜରିଆରେ ଭାରତ ଆସିଥିବା ଲୋକଙ୍କୁ ଏପ୍ରିଲ ୨୬ ସୁଦ୍ଧା ଦେଶ ଛାଡିବାକୁ କୁହାଯାଇଥିବା ବେଳେ ମେଡିକାଲ ଭିସାରେ ଥିବା ଲୋକଙ୍କ ପାଇଁ ଏପ୍ରିଲ ୨୯ ତାରିଖ ଯାଏ ସମୟ ଦିଆଯାଇଥିଲା। ଅନ୍ୟ ୧୨ଟି ବର୍ଗର ଭିସା ପାଇଁ ଏପ୍ରିଲ ୨୭ ତାରିଖ ସମୟ ସୀମା ଥିଲା, ଯେଉଁଥିରେ ବ୍ୟବସାୟ, ଚଳଚ୍ଚିତ୍ର, ସାମ୍ବାଦିକ, ପରିବହନ, ସମ୍ମିଳନୀ, ପର୍ବତାରୋହଣ, ଛାତ୍ର, ପର୍ଯ୍ୟଟକ, ଗୋଷ୍ଠୀ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଗୋଷ୍ଠୀ ତୀର୍ଥଯାତ୍ରୀଙ୍କ ପାଇଁ ଭିସା ଅନ୍ ଆରାଇଭାଲ୍ ଅନ୍ତର୍ଭୁକ୍ତ ଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ