Thursday, January 29, 2026
23.3 C
Odisha

    ଅକ୍ଟୋବର ୧ରୁ ବଢିବ ସ୍ପିଡ୍ ପୋଷ୍ଟର ମୂଲ୍ୟ

    ଆଗକୁ ପଢନ୍ତୁ

    ଅକ୍ଟୋବର ୧ରୁ ବଢିବ ସ୍ପିଡ୍ ପୋଷ୍ଟର ମୂଲ୍ୟ । ଭାରତୀୟ ଡାକ ବିଭାଗ ପକ୍ଷରହୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ କରିଛନ୍ତି । ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି। ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି ।

    ନୂଆ ଶୁଳ୍କ ଅନୁଯାୟୀ, ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ପିଡ ପୋଷ୍ଟର ମୂଲ୍ୟ ୧୯ ଟଙ୍କା ରହିବ । ଅଧିକ ୨୦୦ କିଲୋମିଟର ଦୂରତା ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି ୫୧ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ। ୧୩ ବର୍ଷ ପରେ ଏହି ଶୁଳ୍କ ବୃଦ୍ଧି ପାଇଛି ।

    ଶେଷ ଥର ପାଇଁ ଅକ୍ଟୋବର ୨୦୧୨ରେ ସ୍ପିଡପୋଷ୍ଟ ଶୁଳ୍କ ବୃଦ୍ଧି କରାଯାଇଥିଲା । ତେବେ ସ୍ପିଡ ପୋଷ୍ଟରେ ନୂଆ ସୁବିଧା ମଧ୍ୟ ଯୋଗାଇଦେବ ଭାରତୀୟ ଡାକ । ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଣ୍ଟ, ଏସଏମଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଅପଡେଟ୍ ଏବଂ ପଞ୍ଜୀକରଣ ସୁବିଧା ଭଳି ନୂଆ ସୁବିଧା ସବୁ ପାଇପାରିବେ ଉପଭୋକ୍ତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    45 %
    0.5kmh
    0 %
    Thu
    31 °
    Fri
    31 °
    Sat
    33 °
    Sun
    32 °
    Mon
    34 °

    ସମ୍ବନ୍ଧିତ