Saturday, April 11, 2026
30.4 C
Odisha

    ଅକ୍ଷୟ ତୃତୀୟାରେ ସୁନା କିଣି ନପାରୁଥିଲେ, ଘରକୁ ଆଣନ୍ତୁ ଏହି ଜିନିଷ, ବଢିବ ଧନ-ସଂପତ୍ତି

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ପର୍ବ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ମାଆ ଲକ୍ଷ୍ମୀଙ୍କ ସହ ବିଷ୍ଣୁଙ୍କୁ ପୂଜା-ଅର୍ଚ୍ଚନା କରାଯାଇଥାଏ। ଏଥିସହ ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ମଧ୍ୟ ବିଧି ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଦ୍ୱାରା ଘରକୁ ଦନର ଆଗମନ ହୋଇଥାଏ। ତେବେ ଚଳିତ ବର୍ଷ ସୁନା ଦର ହୁ ହୁ ହୋଇ ବଢି, ୧ ଲକ୍ଷ ଟଙ୍କା ପାରି କରିଛି। ତେବେ ଏଭଳି ପରିସ୍ଥିତିରେ ଯଦି ଆପଣ ଘରକୁ ସୁନା ଆଣିପାରୁ ନାହାନ୍ତି, ତେବେ ଅନ୍ୟ ଜିନିଷ ଆଣି, ମାଆ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କୁ ଖୁସି କରିପାରିବେ। ଜାଣନ୍ତୁ..

    ମାଟି ହାଣ୍ଡି: ଏହି ଦିନ ଆପଣ ସୁନା ବଦଳରେ ମାଟି ହାଣ୍ଡି ଆଣିପାରିବେ। ଏହି ଦିନ ମାଟି ହାଣ୍ଡରେ ଯଦି ଆପଣ କିଛି ଜଳ କିମ୍ବା ସର୍ବତ ଲୋକଙ୍କୁ ପିଆନ୍ତି, ତେବେ ମାଆ ଲକ୍ଷ୍ମୀଙ୍କର ଆପଣ ଆଶୀର୍ବାଦ ଲାଭ କରିପାରିବେ।

    କଉଡ଼ି: ମାଆ ଲକ୍ଷ୍ମୀଙ୍କ ଅତିପ୍ରିୟ କଉଡ଼ି। ଏହାକୁ ଅକ୍ଷୟ ତୃତୀୟା ଦିନ କିଣି ମାଆଙ୍କ ପାଦ ତଳେ ରଖନ୍ତୁ। ଏହାର ପରଦିନ ଆପଣ ଏହାକୁ ଏକ ସାଲୁକପଡାରେ ବାନ୍ଧି ଟଙ୍କା ରଖିବା ଡ୍ର କିମ୍ବା ମନି ପର୍ସରେ ରଖିପାରିବେ।

    ରୂପା: ସୁନା ଭଳି ଏହି ଦିନ ରୂପା କିଣିବା ବି ଶୁଭ ହୋଇଥାଏ। ଆପଣ ଅକ୍ଷୟ ତୃତୀୟା ଦିନ ରୂପାର ମୁଦ୍ରା ବା ଅନ୍ୟ କୌଣସି ରୂପାର ଜିନିଷ କିଣିପାରିବେ।

    ଘର ଏବଂ ଗାଡ଼ି: ଏହି ଦିନ ଘର ଏବଂ ଗାଡ଼ି କିଣିବା, ଆପଣଙ୍କ ପାଇଁ ଖୁବ ଶୁଭ। ଏହା କରିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।

    ଅନ୍ୟାନ୍ୟ ଜିନିଷ: ଆପଣ ଏହି ଦିନ ଘରକୁ ଝାଡ଼ୁ ନେଇପାରିବେ। ଏହି ଦିନ ଆପଣ ଘରକୁ ଶସ୍ୟ କିଣିକି ନେଇପାରିବେ। ଏହା କରିବା ଦ୍ୱାରା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହ ଘରକୁ ଧନର ଆଗମନ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ