Saturday, August 1, 2026
29.2 C
Odisha

    ଅଗଷ୍ଟ ଆରମ୍ଭରୁ ଗ୍ରାହକଙ୍କୁ ଖୁସି ଖବର, କମିଲା LPG ଗ୍ୟାସ୍ ସିଲିଣ୍ଡର ଦାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମାସ ଆରମ୍ଭକୁ ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି । ୧୯ କିଲୋଗ୍ରାମ ଏଲପିଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ଦର ୨୦୯ ଟଙ୍କା ହ୍ରାସ ପାଇଛି । ଏହି ନୂଆ ଦର ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । ଏହି ଦର ହ୍ରାସ ପରେ ଏବେ ସିଲିଣ୍ଡରର ମୂଲ୍ୟ ୨୭୨୮ ଟଙ୍କାକୁ ଖସିଛି । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଶସ୍ତା ହେବା ଫଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ଖାଦ୍ୟ ଦୋକାନୀମାନେ ବିଶେଷ ଭାବେ ଉପକୃତ ହେବେ ।

    କୋଲକାତାରେ ୨୦୯ ଏବଂ ଦିଲ୍ଲୀରେ ୨୦୨ ଟଙ୍କା କମିଛି ଗ୍ୟାସ୍ ସିଲିଣ୍ଡର ଦାମ୍ । କୋଲକାତାରେ ୧୯ କେଜି ସିଲିଣ୍ଡର ଦର ୨୮୭୨ ଟଙ୍କା ୫୦ ପଇସା ହୋଇଛି । । ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୨୭୨୮ ଟଙ୍କାକୁ ହ୍ରାସ୍ ହୋଇଛି । ୧୪ କେଜି ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

    ଏହା ପୂର୍ବରୁ ଜୁଲାଇ ମାସରେ ମଧ୍ୟ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଥିଲା । ଏବେ ଅଗଷ୍ଟ ଆରମ୍ଭରୁ ଏଲପିଜି ମୂଲ୍ୟ ହ୍ରାସ ଆକାରରେ ପୁଣି ଏକ ବଡ଼ ଆଶ୍ୱସ୍ତି ଦିଆଯାଇଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଜୁନ୍ ୭ ତାରିଖ ପରି ସମାନ ସ୍ତରରେ ରହିଛି । ଦିଲ୍ଲୀରେ ୧୪ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୨ଟଙ୍କା ରହିଥିବା ବେଳେ କୋଲକାତାରେ ୯୬୮ରେ ସ୍ଥିର ରହିଛି । ଏହା ବ୍ୟତୀତ, ମୁମ୍ବାଇରେ ୧୪ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୧ ଟଙ୍କା ୫୦ ପଇସା ରହିଛି । ଚେନ୍ନାଇରେ ୯୫୭ ଟଙ୍କା ୫୦ ପଇସା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    77 %
    1.3kmh
    100 %
    Sat
    29 °
    Sun
    31 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ