Saturday, March 7, 2026
35.2 C
Odisha

    ଅଗଷ୍ଟ ୨୦୨୭ରେ ଗଡ଼ିବ ବୁଲେଟ୍ ଟ୍ରେନ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ଗୁଜରାଟର ମେହସାଣାରେ ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ରିଜିଓନାଲ କନଫରେନ୍ସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ଗୁଜରାଟରେ ରେଳ ଚଳାଚଳର ଐତିହାସିକ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ସମୟରେ ସେ କହିଛନ୍ତି କି ଗୁଜରାଟ ରେଳ କ୍ଷେତ୍ରରେ ସମୁଦାୟ ୧,୪୬,୦୦୦ କୋଟି ଟଙ୍କାର ନିବେଶ କରାଯାଉଛି। ଗତ ୧୧ ବର୍ଷରେ ରାଜ୍ୟରେ ୨,୭୬୪ କିଲୋମିଟର ନୂଆ ଟ୍ରେନ୍‌ ଲାଇନ୍ ବିଛାଯାଇଛି ଯାହା ଡେନମାର୍କର ସମ୍ପୂର୍ଣ୍ଣ ରେଳ ନେଟୱର୍କ ସହ ସମାନ। ୮୬ ନୂଆ ରେଳ ଷ୍ଟେସନ ନିର୍ମାଣ କରାଯାଉଛି ଏବଂ ୩୩୨ ଫ୍ଲାଇଓଭର ଏବଂ ଅଣ୍ଡରପାସ ପ୍ରସ୍ତୁତ ହେଉଛି। ଏଥିରେ ରାଜ୍ୟର ବାଣିଜ୍ୟିକ ବିକାଶକୁ ନୂଆ ଦିଗ ମିଳିବ। ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ରାଜ୍ୟ ଉଦ୍ୟୋଗକୁ ନୂଆ ଗତି ଦେବା ପାଇଁ ଫ୍ରେଟ୍ କରିଡରରେ ପ୍ରତିଦିନ ପ୍ରାୟ ୪୦୦ ଟ୍ରେନ୍ ଚାଲୁଛି। ୩୧ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହେଉଛି, ଯାହା ମାଧ୍ୟମରେ ଗୁଜରାଟରେ ଭାରୀ ନିବେଶ ହେବ। ଏଥିରେ ଗୁଜରାଟ ରେଳ ଲାଇନ ଅଧିକ ମଜଭୁତ ହେବ ବୋଲି ସେ କହିଛନ୍ତି।

    ମୁମ୍ବଇ-ଅହମଦାବାଦ ହାଇ ସ୍ପିଡ୍ ରେଳ ପରିଯୋଜନାର କାର୍ଯ୍ୟ ଚାଲିଥିବା ଅଶ୍ବିନୀ କହିଛନ୍ତି। ଏଥିରେ ୧୨ ରେଳ ଷ୍ଟେସନ ସହ ଯୋଗାଯୋଗ ହୋଇପାରିବ। ମୁମ୍ବଇ, ଥାନେ, ବଡୋଦରା, ଅହମଦାବାଦ, ସାବରମତୀ, ବିଲିମୋରା, ଭିରାର, ବୋଇସର, ସୁରଟକୁ ରେଳ ଲାଇନରେ ସଂଯୋଗ କରାଯିବ। ଏହି ପ୍ରକଳ୍ପ ପାଇଁ ୧.୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ରିପୋର୍ଟ ଅନୁସାରେ ପରିଯୋଜନାରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ପ୍ରାୟ ୩୨୩ କିଲୋମିଟର ବାୟଡକ୍ଟ ଓ ୩୯୯ କିଲୋମିଟରର ପିୟର କାମ ସମ୍ପୂର୍ଣ୍ଣ ହୋଇଛି। ଏହା ସହିତ ୧୭ ନଦୀ ସେତୁ, ୯ ଷ୍ଟିଲ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସୁରତ ଓ ଅହମଦାବାଦରେ ରୋଲିଂ ଷ୍ଟକ୍ ଡିପୋର ନିର୍ମାଣ ଚାଲିଥିବାବେଳେ ମହାରାଷ୍ଟ୍ରର ୩ ଏଲିଭେଟେଡ୍ ଷ୍ଟେସନରେ ମଧ୍ୟ କାମ ଆରମ୍ଭ ହୋଇଯାଇଛି। ସେମିକଣ୍ଡକ୍ଟର ସମ୍ପର୍କରେ ମଧ୍ୟ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କହିଛନ୍ତି କି ଏହି କ୍ଷେତ୍ରରେ ୧.୨୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି ।

    ଏଥିପାଇଁ ୪ କାରଖାନା ସ୍ଥାପନ ହେବାକୁ ଥିବାବେଳେ ୩୦ ଜାପାନ କମ୍ପାନୀ ଗୁଜରାଟରେ ଏହାର ଯନ୍ତ୍ରାଂଶ ନିର୍ମାଣ ପାଇଁ ପ୍ରସ୍ତୁତ ଅଛନ୍ତି। ଦେଶର ଇଲେକ୍ଟ୍ରୋନିକ୍ସ ନିର୍ମାଣ ଉଦ୍ୟୋଗ ଗତ ୧୧ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କାର ହୋଇଯାଇଥିବା ଅଶ୍ବିନୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ