Friday, October 2, 2026
22.9 C
Odisha

    ମୌସୁମୀ ଶେଷ, ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପାଇବ ହ୍ରାସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ଉତ୍ତର ଓଡ଼ିଶାରୁ ମେଲାଣି ନେବ ମୌସୁମୀ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବ। ମୁଖ୍ୟତଃ ଉତ୍ତର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ। ଗତ ଦୁଇ ଦିନ ହେବ ରାଜ୍ୟରୁ ବର୍ଷା ପରିମାଣ କମିଯାଇଛି। ତେଣୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି। ମୌସୁମୀ ଫେରିଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ।

    ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶାକୁ ଛାଡିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ । ଏହି ସମୟରେ ରାତିରେ କାକର ପଡ଼ିବା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ ରହିବ । ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ହେତୁ କାକର ସହ କୁହୁଡ଼ି ହେବାର ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ