Friday, April 3, 2026
39 C
Odisha

    ଅଘଷା ପାଟିରେ ପାଣି ପିଇବାର ରହିଛି ଅନେକ ଫାଇଦା

    ଆଗକୁ ପଢନ୍ତୁ

    ଜଣେ ବ୍ୟକ୍ତି ପାଞ୍ଚ ଦିନ ଖାଦ୍ୟ ଗ୍ରହଣ କରି ବଞ୍ଚିପାରିବା କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ମନୁଷ୍ୟ ଶରୀରରେ ୭୦ ପ୍ରତିଶତ କେବଳ ଜଳ ରହିଥାଏ। ଏଣୁ ଜଳ ବିନା ମଣିଷ ଜୀବନ ଅସମ୍ଭବ କୁହାଯାଇଥାଏ । ତେବେ କିଛି ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ଅଘଷା ପାଟିରେ ଚା’ କିମ୍ବା କଫି ପିଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି ଚା-କଫି ଇତ୍ୟାଦି ଠାରୁ ବହୁତ ଗୁଣରେ ଲାଭଦାୟକ ହୋଇଥାଏ ଅଘଷା ପାଟିରେ ପାଣି ପିଇବା । ଆସନ୍ତୁ ଜାଣିବା ଅଘଷା ପାଟିରେ ପାଣି ପିଇଲେ ଶରୀରକୁ କ’ଣ ଲାଭ ମିଳିଥାଏ ।

    -ସକାଳୁ ଉଠି ଅଘଷା ପାଟିରେ ପାଣି ପିିଇବା ଦ୍ୱାରା ପେଟ ସଫା ରହିଥାଏ ।

    – ରାତିରେ ଶୋଇବା ସମୟରେ ପାଟିରେ ସୃଷ୍ଟି ହୋଇଥିବା ଲାଳ ପେଟକୁ ସଫା ରଖିବା ସହ ତ୍ୱଚା ଉଜ୍ଜ୍ୱଳ କରିଥାଏ ।

    – ଖାଲି ପେଟରେ ସକାଳୁ ପାଣିପିଇବା ଦ୍ୱାରା ଶରୀରରେ ୨୫ ପ୍ରତିଶତ ଅଧିକ ଶକ୍ତି ସୃଷ୍ଟି ହୋଇଥାଏ। ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ କରିବା ସହ ମେଦ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ।

    -ସକାଳୁ ଉଠିବା ମାତ୍ରେ ପାଣି ଏକ ଗ୍ଲାସ ପିଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ ରଖିଥାଏ ।

    -ସଠିକ୍‌ ଭାବେ ପାଣି ପିଇବା ଦ୍ୱାରା ତ୍ୱାଚାର ଚମକ ରହିବା ସହ ଏଥି ସମ୍ବନ୍ଧୀୟ ବିଭିନ୍ନ ଅସୁବିଧାରୁ ରକ୍ଷା ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ