Tuesday, April 7, 2026
22.5 C
Odisha

    ଅଙ୍ଗଦାନ କରି ଅମରତ୍ୱ ଲାଭ କଲେ ଲତା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପାଟଣା ବ୍ଲକ ଯମୁନାପୋଷି ପଞ୍ଚାୟତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିବା ପରେ ପରିବାର ଲୋକଙ୍କ ସହମତି କ୍ରମେ ତାଙ୍କ ଯକୃତ ଅନ୍ୟ ଜଣଙ୍କଠାରେ ପ୍ରତିରୋପିତ ହୋଇଛି। ମୃତ୍ୟୁ ପରେ ମଧ୍ୟ ଅନ୍ୟଜଣଙ୍କ ଜୀବନ ବଞ୍ଚାଇ ସ୍ୱର୍ଗତାଃ ଲତା ମହାନ୍ତ ଅମରତ୍ୱ ପ୍ରାପ୍ତି କରିବା ସହ ସମାଜରେ ଏକ ଉଦାହରଣ ପାଲଟିଛନ୍ତି।

    ସୂଚନାନୁଯାୟୀ କିଛିଦିନ ତଳେ ଅସୁସ୍ଥ ହୋଇଥିବା ସ୍ୱର୍ଗତା ଲତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ୱେ ମଙ୍ଗଳବାର ରାତିରେ ଲତା ଇହଲୀଳା ସମ୍ବରଣ କରିବା ପରେ ଅଙ୍ଗଦାନ କରିବା ନେଇ ସେ କରିଥିବା ତାଙ୍କ ଶେଷ ଇଚ୍ଛାକୁ ପରିବାର ଲୋକ ପୂରଣ କରିଥିଲେ। ବୁଧବାର ସ୍ୱର୍ଗତା ଲତା ମହାନ୍ତଙ୍କ ମରଶରୀରକୁ ସ୍ୱଜନଙ୍କ ଶେଷଦର୍ଶନ ପାଇଁ କୋଡ଼ଖମଣସ୍ଥିତ ବାସଭବନକୁ ଅଣାଯିବା ପରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ତ୍ୟାଗକୁ ସମ୍ମାନ ଓ ସ୍ୱୀକୃତି ଦେବା ସହ ଅଙ୍ଗଦାନ ନିମନ୍ତେ ସାମାଜିକସ୍ତରରେ ସଚେତନତା ବୃଦ୍ଧି ନିମନ୍ତେ ପ୍ରଚଳିତ ନିୟମ ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଆରକ୍ଷୀ ବାହିନୀଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଶ୍ମଶାନରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ତରଫରୁ ଶେଷ ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ମଲ୍ଲିକ ଉପସ୍ଥିତ ଥିବାବେଳେ ପୁତ୍ର ପୁରୁଷୋତ୍ତମ ମୁଖାଗ୍ନି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ