Tuesday, September 29, 2026
23.6 C
Odisha

    ଜିଲା ସ୍ତରୀୟ ବେଟୀ ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଫୁଲବାଣୀ: ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମୁଖ୍ୟ ଅତିଥି ଭାବେ ଅତିରକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଯୋଗଦେଇ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥିଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ସାହୁ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜନ କୁମାର ଦିଗାଲ, ସଭ୍ୟା ମମତା ଦାସ, କିଶୋର ନ୍ୟାୟ ବୋର୍ଡ଼ର ସଭ୍ୟ ଦେବରାଜ ସାହାଣୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରଶ୍ମିତା କରନ୍‌‌ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆକ୍ସନଏଡ଼ର ସନ୍ଧ୍ୟାରାଣୀ ନାୟକ ଏହି ଦିବସ ଅବସରରେ ଶପଥ ପାଥ କରାଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରୀମାନେ ଶୋଭାଯାତ୍ରାରେ ସାମିଲ୍‌‌ ହୋଇଥିଲେ। ପ୍ଳାକାର୍ଡ଼ ମାଧ୍ୟମରେ ବାଳିକା ଶିଶୁ ମାନଙ୍କର ସାମଗ୍ରୀକ ବିକାଶ, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଯତ୍ନ, ମାନସିକ ସ୍ୟାସ୍ଥ ଓ ଆଇନଗତ ଅଧିକାର ଉପରେ ସଚେତନ ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ