Tuesday, April 7, 2026
25.2 C
Odisha

    ଅଟୋ ଓଲଟି ୨ ଗୁରୁତର, ୮ରୁ ଊର୍ଦ୍ଧ୍ୱ ଆହତ

    ଆଗକୁ ପଢନ୍ତୁ

    ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ଗ୍ରାମରୁ ପ୍ରାୟ ୨୦ ଜଣ ଶ୍ରମିକଙ୍କୁ ଶିହିଡିହା ଗ୍ରାମକୁ ଚାଷ ଜମିରେ ତଳି କାମ ପାଇଁ ଆଣୁଥିବା ବେଳେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ ଜଣ ଗୁରୁତର ଓ ୮ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।

    ଆଜି ସକାଳେ ଡଲେଇସରା ଗ୍ରାମରୁ ଏକ ଅଟୋ ଯୋଗେ ଶିହିଡିହା ଗ୍ରାମକୁ ଜମିରେ ତଳି ପକାଇବା ପାଇଁ ଶ୍ରମିକଙ୍କୁ ଆଣୁଥିବା ବେଳେ ହଠାତ୍‌ ଅଟୋରେ ପଛ ଚକ ଖୋଲିଯିବାରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏଥିରେ ବସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଦୁଇ ଜଣ ଗୁରୁତର ବୁଦୁନି ମୁଣ୍ଡା ଓ ଶ୍ରୀଧର ମୁଣ୍ଡାକୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମହୁଲପଦା ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ