Thursday, December 18, 2025
26 C
Odisha

    ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା, ପୁରୁଷ ବନ୍ଧୁ ଗିରଫ

    ଆଗକୁ ପଢନ୍ତୁ

    କେନ୍ଦୁଝର: କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ । ରୁଦ୍ର ନାରାୟଣ ମିଶ୍ରକୁ ଗିରଫ କରିଛି ଟାଉନ ଥାନା ପୋଲିସ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟାଙ୍କ ଦାସଙ୍କ ଗତକାଲି ତାଙ୍କ ପୁରୁଷ ବନ୍ଧୁଙ୍କ ଘରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

    ଅଭିଯୋଗ ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ପ୍ରିୟଙ୍କା ଦାସ ଅତିଥି ଅଧ୍ୟାପିକା ଭାବେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ଗତକାଲି ସକାଳ ସମୟରେ ପ୍ରିୟଙ୍କାଙ୍କୁ ତାଙ୍କ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ରୁଦ୍ର ମୃତଦେହକୁ ନେଇ ପୋଷ୍ଟମର୍ଟମ ରୁମ ନିକଟରେ ପହଞ୍ଚାଇ ନିଜ କାରରେ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ଥାନାରେ ଅଟକ ରଖିଥିଲେ । ଅଭିଯୁକ୍ତ ରୁଦ୍ର ମିଶ୍ର ହିଁ ତାଙ୍କ ଝିଅକୁ ହତ୍ୟା କରିଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରିୟଙ୍କାଙ୍କ ପରିବାର ଲୋକ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    21 %
    3.1kmh
    0 %
    Thu
    23 °
    Fri
    26 °
    Sat
    27 °
    Sun
    28 °
    Mon
    28 °

    ସମ୍ବନ୍ଧିତ