Monday, May 18, 2026
30.7 C
Odisha

    ଅତ୍ୟଧିକ ଲିଚୁ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ୍ ହୋଇପାରେ ଏହି କ୍ଷତି

    ଆଗକୁ ପଢନ୍ତୁ

    ଏବେ ଚାଲିଛି ଗ୍ରୀଷ୍ମଋତୁ । ଏହି ଦିନରେ ଖୁବ୍ ସହଜରେ ଲିଚୁ ମାର୍କେଟରେ ମିଳିଯାଇଥାଏ । ଖରାଦିନେ ଲିଚୁ ଖାଇବାକୁ ସାଧାରଣତଃ ସମସ୍ତେ ବହୁତ ପସନ୍ଦ କରିଥାଆନ୍ତି । ଏହା ଯେତିକି ସ୍ବାଦିଷ୍ଟ ଲାଗିଥାଏ ସେତିକି ଥଣ୍ଡା ଅନୁଭବ ହୋଇଥାଏ । ଖରା ଗରମରେ ଲିଚୁ ଖାଇଦେଲେ ଟିକେ ଆରାମ ଲାଗିଥାଏ । ଏହା କେବଳ ସ୍ବାଦିଷ୍ଟ ଲାଗିନଥାଏ ବରଂ ସ୍ବାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ । ଏଥିରେ ଅନେକ ପରିମାଣର ପୋଷକ ତତ୍ତ୍ବର ରହିଛି । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ପ୍ରତ୍ୟେକ ଜିନିଷକୁ ସୀମିତ ପରିମାଣରେ ଖାଇବା ଉଚିତ୍ । ନଚେତ୍ ପରବର୍ତ୍ତୀ ସମୟରେ ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା କେଉଁ ସମସ୍ୟା ହୋଇଥାଏ ସେ ସମ୍ପର୍କରେ ଜାଣିବା ।

    ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ :
    ଯଦି ଆପଣ ଅତ୍ୟଧିକ ଲିଚୁ ଖାଆନ୍ତି, ତେବେ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଏଥି ସହ ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କିଛି ସମସ୍ୟ ହେଉଛି, ତେବେ ଏହାକୁ ଅଳ୍ପ ପରିମାଣରେ ଖାଇବା ଚେଷ୍ଟା କରନ୍ତୁ । ନଚେତ୍ ଆପଣ ପେଟ ଯନ୍ତ୍ରଣା କିମ୍ବା ଡାଇରିଆ ଭଳି ରୋଗରେ ଶିକାର ହୋଇପାରନ୍ତି । ଯଦି ଆପଣଙ୍କର ଲିଚୁ ପ୍ରତି ଆଲର୍ଜି ଅଛି, ତେବେ ଆପଣ ଏହି ଫଳ ଖାଇବାରୁ ଦୂରେଇ ରହିବା ଉଚିତ୍ ।

    ଲୋ ବ୍ଳଡ୍ ପ୍ରେସରର କାରଣ :
    ଅତ୍ୟଧିକ ଲିଚୁ ଖାଇବା ଦ୍ବାରା, ଆପଣ ଲୋ ବ୍ଲଡ୍ ପ୍ରେସର ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କୁ କହିରଖୁଛୁ ଯେ ଅଧିକ ଲୁଚି ଖାଇବା ଫଳରେ ଆପଣ ହାଇପୋଗ୍ଲାଇସେମିଆର ଶିକାର ମଧ୍ୟ ହୋଇପାରନ୍ତି । ଚିନିରେ ଭରପୂର ଏହି ଫଳର ଅତ୍ୟଧିକ ସେବନ ଯୋଗୁ ଆପଣଙ୍କ ଓଜନ ମଧ୍ୟ ବଢ଼ିବାକୁ ଲାଗିଥାଏ । ଯାହା ହେଉଛି ମଣିଷଙ୍କର ବଡ଼ ସମସ୍ୟା ।

    ଓଜନ ବୃଦ୍ଧି :

    ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏହି ଫଳକୁ ଅଧିକ ପରିମାଣରେ ନ ଖାଇବାକୁ ପରାମର୍ଶ ଦିଆଯାଉଛି । ଅତ୍ୟଧିକ ଲିଚି ଖାଇବା ଦ୍ୱାରା ଅଧିକ କ୍ୟାଲୋରି ମିଳିଥାଏ । ଯାହା ଓଜନ ବୃଦ୍ଧି କରିପାରେ । ଏଥିସହ ଏହା କୁଣ୍ଡାଇ ହେବା, ଫୋଡ଼ି ହେବା, ଓଠ ଏବଂ ଜିଭ ଫୁଲିବା ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦେଇଥାଏ

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସକାଳେ ଖାଲି ପେଟରେ ଲିଚୁ ଖାଇବା ଉଚିତ୍ ନୁହେଁ । ଏଥି ସହ ଗର୍ଭବତୀ ମହିଳାମାନେ ଲିଚୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଅତ୍ୟଧିକ ଲୁଚି ଖାଇବା ଦ୍ବାରା ମଧ୍ୟ ଗଳା ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ ।

    ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ଅଳ୍ପ ପରିମାଣରେ ଲିଚୁ ଖାଆନ୍ତୁ । ଦେଖିବେ ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେବନାହିଁ ଏବଂ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    45 %
    2.2kmh
    100 %
    Mon
    41 °
    Tue
    44 °
    Wed
    46 °
    Thu
    46 °
    Fri
    44 °

    ସମ୍ବନ୍ଧିତ