Wednesday, October 7, 2026
31.4 C
Odisha

    ଆସନ୍ତୁ ଜାଣିବା ଡେଙ୍ଗୁ ର ପ୍ରମୁଖ ଲକ୍ଷଣ ଏବଂ ପ୍ରତିକାର

    ଆଗକୁ ପଢନ୍ତୁ

    ଗୋଟିଏ ସମୟ ଥିଲା ଯେତେବେଳେ ଡେଙ୍ଗୁକୁ କେବଳ ବର୍ଷା ଦିନର ରୋଗ ବୋଲି ବିଚାର କରାଯାଉଥିଲା। କିନ୍ତୁ ଏବେ ଏହା ବର୍ଷସାରା ଲାଗି ରହୁଛି। ଦ୍ରୁତ ସହରୀକରଣ, ଅପରିକଳ୍ପିତ ନିର୍ମାଣ କାର୍ଯ୍ୟ, ବଢ଼ୁଥିବା ଜନଗହଳି ଏବଂ ଖୋଲାରେ ପାଣି ଜମି ରହିବା କାରଣରୁ ମଶାଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି। ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଗୁଣ ବୃଦ୍ଧି ପାଇଛି। ଦକ୍ଷିଣ ଓ ପଶ୍ଚିମ ଭାରତରେ ଏହା ସ୍ଥାୟୀ ରୂପ ନେଇଥିବା ବେଳେ ହିମାଚଳ ପ୍ରଦେଶ ଭଳି ଶୀତଳ ଅଞ୍ଚଳରେ ମଧ୍ୟ ଏବେ ଡେଙ୍ଗୁ ମାମଲା ଦେଖିବାକୁ ମିଳୁଛି। ବିଶେଷ କରି ମୋଟାପା ଥିବା ପିଲାମାନେ ଡେଙ୍ଗୁରେ ଆକ୍ରାନ୍ତ ହେଲେ, ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି ଏବଂ ଜଟିଳତା ମଧ୍ୟ ବଢ଼ୁଛି। ସାଧାରଣତଃ ୧୫ ବର୍ଷରୁ କମ୍ ବୟସର ପିଲା ଏବଂ ମଧୁମେହ, ରକ୍ତଚାପ ବା ହୃଦରୋଗ ଥିବା ବ୍ୟକ୍ତିମାନେ ଡେଙ୍ଗୁ ପ୍ରତି ଅଧିକ ସମ୍ବେଦନଶୀଳ ଅଟନ୍ତି। ତେଣୁ ଜ୍ୱର ହେବା ମାତ୍ରେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ନିବେଦନ କରିଛନ୍ତି।

     ଡେଙ୍ଗୁର ପ୍ରମୁଖ ଲକ୍ଷଣ (ଜାଣିରଖନ୍ତୁ):

    ମଶା କାମୁଡ଼ିବାର ୪ ରୁ ୧୦ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଇଥାଏ:

    • ପ୍ରବଳ ଜ୍ୱର ଓ ଭୀଷଣ ମୁଣ୍ଡବିନ୍ଧା

    • ଆଖି ପଛପଟେ ଯନ୍ତ୍ରଣା

    • ମାଂସପେଶୀ ଏବଂ ଗଣ୍ଠି ବିନ୍ଧା

    • ବାନ୍ତି ଲାଗିବା ଏବଂ ଦେହରେ ନାଲି ଦାଗ (Rashes) ବାହାରିବା

    ସତର୍କତା: ଜ୍ୱର କମିବା ପରେ ମଧ୍ୟ ଯଦି ପେଟ ଯନ୍ତ୍ରଣା, ଲଗାତାର ବାନ୍ତି କିମ୍ବା ନାକ/ମାଢ଼ିରୁ ରକ୍ତସ୍ରାବ ହୁଏ, ତେବେ ଏହା ଗୁରୁତର ଡେଙ୍ଗୁର ଲକ୍ଷଣ। ଏପରି ସ୍ଥିତିରେ ତୁରନ୍ତ ହସ୍ପିଟାଲ୍ ଯିବା ଜରୁରୀ, ନଚେତ୍ ଏହା ଜୀବନଘାତୀ ହୋଇପାରେ।

    ଏଡିସ୍ ମଶାକୁ କେମିତି ରୋକିବେ?

    ଡେଙ୍ଗୁ ବ୍ୟାପୁଥିବା ‘ଏଡିସ୍ ଏଜିପ୍ଟି’ (Aedes aegypti) ମଶା ସାଧାରଣତଃ ସଫା ଜମା ପାଣିରେ ବଂଶବୃଦ୍ଧି କରିଥାଏ। ତେଣୁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରନ୍ତୁ:

    ୧. ଘର ପାଖରେ ଥିବା ଖାଲି ପାତ୍ର, ବାଲ୍ଟି, ଫୁଲକୁଣ୍ଡ, ପୁରୁଣା ଟାୟାର୍ ଏବଂ ନଡ଼ିଆ କଢ଼ାରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।

    ୨. ପାଣି ଟାଙ୍କି ଏବଂ କୁଲର୍‌କୁ ନିୟମିତ ସଫା କରି ଶୁଖାନ୍ତୁ।

    ୩. ଘର, ସ୍କୁଲ୍ ଏବଂ ଅଫିସ୍ ପରିସରକୁ ପରିଷ୍କାର ରଖନ୍ତୁ। ୪. ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ ଏବଂ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଉଥିବା ପୋଷାକ ପିନ୍ଧନ୍ତୁ।

    ଡେଙ୍ଗୁ ବିରୋଧରେ ଲଢ଼େଇ କେବଳ ସରକାର ବା ଡାକ୍ତରଖାନାର ଦାୟିତ୍ୱ ନୁହେଁ। ଆମର ବ୍ୟକ୍ତିଗତ ସଚେତନତା, ପରିଷ୍କାର ପରିଚ୍ଛନ୍ନତା ଏବଂ ସାମୂହିକ ସହଯୋଗ ହିଁ ଡେଙ୍ଗୁ ରୋକିବାରେ ସବୁଠାରୁ ବଡ଼ ଅସ୍ତ୍ର। ଆସନ୍ତୁ, ନିଜକୁ ଏବଂ ନିଜ ପରିବାରକୁ ଡେଙ୍ଗୁ କବଳରୁ ସୁରକ୍ଷିତ ରଖିବା ପାଇଁ ଆଜି ହିଁ ପଦକ୍ଷେପ ନେବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ