Wednesday, February 12, 2025
21.4 C
Odisha

    ଅଧାରେ ରହିଲା ରାହୁଲ ଗାନ୍ଧୀଙ୍କ ସ୍ବପ୍ନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୧୦ ବର୍ଷରୁ ଅଧିକ ଦିନ ହେଲାଣି କ୍ଷମତାରୁ ଦୂରେଇ ରହିଛି କଂଗ୍ରେସ  । ୧୪ ଓ ୧୯ରେ ଦଳର ବିପର୍ଯ୍ୟୟ ହେବା ପରେ ୨୪ରେ ସ୍ଥିତି ଟିକିଏ ପରିବର୍ତ୍ତନ ହୋଇଥିଲା । ହେଲେ ରାହୁଲ ଦେଖିଥିବା ସ୍ବପ୍ନ କିନ୍ତୁ ପୂରଣ ହେଲା ନାହିଁ । ବାରମ୍ୱାର ଅପରିପକ୍ବ ରାଜନୈତିକ ଭାଷଣକୁ ଦଳର ନେତାମାନେ ଦାୟୀ କରିଥିବା ବେଳେ ଇଣ୍ଡି ମେଣ୍ଟର ଅନେକ ନେତା ବି ରାହୁଲଙ୍କୁ ଘେରିଲେଣି । କୁହାଯାଉଛି କି, ରାହୁଲଙ୍କ ଏମିତି ସ୍ଥିତି ପାଇଁ ସେ ରାଜି ।

    ପ୍ରଥମତଃ ଟିଏମସିର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ । ପରେ ପରେ ଇଣ୍ଡି ମେଣ୍ଟର ଅନେକ ନେତା ବି ପ୍ରଶ୍ନ କରିବାକୁ ଲାଗିଲେ । ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାୱାର ଓ ଉଦ୍ଧବ ଠାକରେ ବି ରାହୁଲ ଗାନ୍ଧିଙ୍କ ନେତୃତ୍ବକୁ ନେଇ ଉଠାଇଲେଣି ପ୍ରଶ୍ନ । ମେଣ୍ଟର ଅନେକ ନେତା ମମତାଙ୍କ ନେତୃତ୍ବକୁ ପ୍ରଶଂସା ବି କରିଛନ୍ତି ।

    ଆଉ ଆପ୍‌ର ସଭାପତି କେଜ୍ରିୱାଲ ଯେଉଁପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ତାହା ଦେଖିଲେ ଗୋଟିଏ କଥା ସ୍ପଷ୍ଟ କି, ରାହୁଲଙ୍କ ସ୍ବପ୍ନ ପୂରଣ କରିବାରେ ଏମାନେ ବାଧା ଦେଉଛନ୍ତି । ସେପଟେ ଆରଜେଡିର ନେତା ତେଜସ୍ବୀ ଯାଦବ କହିଛନ୍ତି କେବଳ ଲୋକସଭା ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ବୋଧହୁଏ ବ୍ୟବସ୍ଥା ଥିଲା । କିନ୍ତୁ ଅଖିଳେଶ କାହିଁକି ଏମିତି କହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.4 ° C
    21.4 °
    21.4 °
    50 %
    2.3kmh
    1 %
    Tue
    21 °
    Wed
    35 °
    Thu
    35 °
    Fri
    34 °
    Sat
    34 °

    ସମ୍ବନ୍ଧିତ