Friday, January 30, 2026
25.1 C
Odisha

    ଅଧା ରହିଗଲା ବୀର ଯବାନଙ୍କ ଛୁଟି, ହୃଦଘାତରେ ଆଖି ବୁଜିଦେଲେ ସୀତାକାନ୍ତ

    ଆଗକୁ ପଢନ୍ତୁ

    ସାଲେପୁର: ଅଧା ରହିଗଲା ଛୁଟି । ହୃଦଘାତରେ ଆଖି ବୁଜିଦେଲେ ବୀର ଯବାନ ସୀତାକାନ୍ତ ଦାସ । କାନ୍ଦୁଛି ପୂରା ଗାଁ । ବୀର ଜବାନ କି ଜୟ ନାରାରେ କମ୍ପୁଛି ଅଞ୍ଚଳ । ଛାତି ଫଟାଇ କାନ୍ଦୁଛି ପୂରା ଗାଁ । ଚିତ୍କାର କରୁଛି ମାଟି । ଅଶାନ୍ତ ପରିବେଶ ଭିତରେ ଗୋଟିଏ ଶବ୍ଦ ଯେମିତି ମାଟିର ଗାରିମାକୁ ଗର୍ବ ଗୌରବରେ ପୋତି ପକାଉଛି । ବୀର ଯବାନ କି ଜୟ । ଆଗରେ ଚାଲିଛନ୍ତି ଶହ ଶହ ଶୁଭେଚ୍ଛୁ ଓ ପରିଜନ । ପଛେ ପଛେ ପାର୍ଥିବ ଶରୀର । ସମସ୍ତଙ୍କ ଆଖିରେ ଆଖିଏ ଲୁହ ।

    ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ବୀର ଯବାନ ସୀତାକାନ୍ତ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁର ସୀତାକାନ୍ତ ଦାସ ୫୩ ବର୍ଷ ବୟସରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ । ସୀମା ସୁରକ୍ଷା ବାହିନୀରେ ଯବାନ ଭାବେ କାର୍ଯ୍ୟରତ ଥିଲେ । ଛୁଟି ନେଇ କିଛି ଦିନ ପାଇଁ ଘରକୁ ଆସିଥିଲେ । ଫେବୃଆରୀ ୨ ରେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ । ହେଲେ ଦଇବ ସାଜିଲା ଦାଉ । ହଠାତ ବୁଧୁବାର ଦିନ ସେ ଗାଧୋଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଯାଇଥିଲେ ସତ ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁରୁବାର ତାଙ୍କ ମରଶରୀରକୁ ସମ୍ମାନପୁର୍ବକ ଏକ ପଟୁଆରରେ ଗୁଣୁପୁର ସ୍ଥିତ ପୈତୃକ ଘରକୁ ଅଣାଯାଇଥିଲା । ବୀର ଯବାନଙ୍କୁ ହରାଇ ଗାଁ ଲୋକେ ଛାତି ଫଟାଇ କାନ୍ଦୁଥିଲେ । ବୀର ଯବାନ କି ଜୟ ନାରାରେ ପୂରା ପରିବେଶରେ ଶୋକର ଛାୟା ଖେଳିଯାଇଥିଲା ।

    ସୂଚନା ପାଇ ଖୋର୍ଦ୍ଧା ବିଏସଏଫ ଡିଭିଜନ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ଯବାନମାନେ ଗୁଣୁପୁରରେ ପହଁଞ୍ଚି ସୀତାକାନ୍ତଙ୍କ ପାର୍ଥିବ ଶରୀରରେ ଜାତୀୟ ପତାକା ଘୋଡ଼ାଇ ସମ୍ମାନ ଜଣାଇଥିଲେ । ଗାଁ ଶ୍ମଶାନରେ ତୋପ ସଲାମି ଦିଆଯିବା ପରେ ତାଙ୍କର ଶେଷ କୃତ୍ୟ ସମ୍ମାନ ଦିଆଯାଇଥିଲା ।

    ଯବାନ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ମ୍ରିୟମାଣ । ସୀତାକାନ୍ତଙ୍କ ଜୀବନ ଦୀପ ଲିଭିଯାଇଥିଲେ ମଧ୍ୟ ଅନେକଙ୍କ ମନରେ ସୃଷ୍ଟି କରିଛନ୍ତି ଦେଶ ପ୍ରେମ । କେବଳ ପରିବାର ଲୋକ ନୁହେଁ ଏଭଳି ଜଣେ ବୀର ଯବାନଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଖେଳାଇଦେଇଛି ଶୋକର ଛାୟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.1 ° C
    25.1 °
    25.1 °
    31 %
    2kmh
    39 %
    Fri
    23 °
    Sat
    31 °
    Sun
    31 °
    Mon
    32 °
    Tue
    33 °

    ସମ୍ବନ୍ଧିତ