ଚାଲିଛି ଗ୍ରୀଷ୍ମଋତୁ । ଏହି ଋତୁରେ ଦେହ ଅଧିକ ଖରାପ ହୋଇଥାଏ ଏବଂ ହାଲିଆ ମଧ୍ୟ ଲାଗିଥାଏ । ସବୁ ସମୟରେ ଲୋକେ ପାଣି ହିଁ ଖୋଜିଥାନ୍ତି, କାରଣ ପାଣି ହିଁ ଆମ ଜୀବନ । ପାଣି ପାଇବା ସବୁଠାରୁ ଭଲ । ଡାକ୍ତରମାନେ ମଧ୍ୟ ସବୁବେଳେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ପାଣି ପିଇବା ଠିକ୍ ହେଲେ ଅଧିକ ପିଇବା ଭଲ ନୁହେଁ । ତେବେ ଆସନ୍ତୁ ଜାଣିବା ଅଧିକ ପାଣି ପିଇଲେ କ’ଣ ହୋଇଥାଏ ।
ଅଧିକାଂଶ ଲୋକ ଭାବନ୍ତି ଯେ କେବଳ ପ୍ରଚୁର ପାଣି ପିଇଲେ ଶରୀର ସମ୍ପୂର୍ଣ୍ଣ ହାଇଡ୍ରେଟେଡ୍ ରହିଥାଏ । କିନ୍ତୁ ବିଶେଷଜ୍ଞଙ୍କ ମତରେ, ହାଇଡ୍ରେସନର ଅର୍ଥ କେବଳ ପାଣି ପିଇବା ନୁହେଁ, ବରଂ ଆମ ଶରୀର ସେହି ପାଣିକୁ କେତେ ଭଲ ଭାବରେ ଶୋଷଣ କରୁଛି ଏବଂ ବ୍ୟବହାର କରୁଛି, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏକା ସାଙ୍ଗରେ ପ୍ରଚୁର ପାଣି ପିଇବା ତାହା ସିଠକ ନୁହେଁ । ଆମ ଶରୀର ଗୋଟିଏ ଥରେ ମାତ୍ର ସୀମିତ ମାତ୍ରର ପାଣିକୁ ବ୍ୟବହାର କରିପାରେ । ଆପଣ ଯଦି ଏକାସାଙ୍ଗରେ ପ୍ରଚୁର ପରିମାଣରେ ପାଣି ପିଇ ଦେଇଛନ୍ତି ତେବେ ତାହା ଖୁବ ଶୀଘ୍ର ଶରୀରରୁ ବାହାରକୁ ଚାଲିଯାଏ ଏବଂ ଶରୀର ପାଇଁ କୌଣସି ଫାଇଦା ହୁଏ ନାହିଁ ।
ଶରୀର ପାଇଁ କେବଳ ପ୍ରଚୁର ପାଣି ପର୍ଯ୍ୟାପ୍ତ ନୁହେଁ । ଆମ ଶରୀରରେ ଥିବା କୋଷମାନଙ୍କରେ ପାଣିର ସଠିକ ମାତ୍ରା ବଜାଇ ରଖିବା ପାଇଁ ସୋଡିୟମ ଏବଂ ପୋଟାସିୟମର ଭଳି ମିନେରାଲ ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି ଆପଣ କେବଳ ଖାଲି ପାଣି ପିଉଛନ୍ତି ଏବଂ ଏଭଳି ମିନେରାଲଯୁକ୍ତ ଖାଦ୍ୟ ଖାଉ ନାହାନ୍ତି ତେବେ ଆପଣଙ୍କ ଶରୀରରେ ପାଣି ଅଟକାଇ ରଖିବାର କ୍ଷମତା କମ ହୋଇଯିବ । ପ୍ରଚୁର ମାତ୍ରରେ କଫି ଏବଂ ମଦ୍ୟପାନ କରିବା ଶରୀର ପାଇଁ ହାନିକାରକ ହୋଇପାରେ । ଏହା ଶରୀରରୁ ପାଣିକୁ ବାହାର କରିବାରେ ସାହାଯ୍ୟ କରେ ।
ଅନେକ ଲୋକ ଭାବନ୍ତି ଯେ କଫି କିମ୍ବା ସୋଡା ପିଇବା ଦ୍ୱାରା ଶରୀରକୁ ତରଳ ପଦାର୍ଥ ମିଳିଥାଏ, କିନ୍ତୁ ପ୍ରକୃତରେ ଏଗୁଡ଼ିକ ଶରୀରରେ ପାଣି ଜମାଇ ରଖିବାରେ ଆଦୌ ସାହାଯ୍ୟ କରନ୍ତି ନାହିଁ । ଆପଣ କ’ଣ ଖାଉଛନ୍ତି, ତାହାର ସିଧାସଳଖ ପ୍ରଭାବ ଆପଣଙ୍କ ହାଇଡ୍ରେସନ୍ ଉପରେ ପଡ଼ିଥାଏ । ଯଦି ଆପଣ ନିଜ ଖାଦ୍ୟରେ ଫଳ ଏବଂ ପନିପରିବା ସାମିଲ କରୁନାହାନ୍ତି, ଯେଉଁଥିରେ ପ୍ରାକୃତିକ ଭାବେ ପାଣି ଓ ଖଣିଜ ଲବଣ ଥାଏ, ତେବେ ଆପଣଙ୍କ ଶରୀରରେ ପାଣିର ଅଭାବ ଦେଖାଦେଇପାରେ।
ଏହା ବ୍ୟତୀତ, ଅଧିକ ଲୁଣ କିମ୍ବା ପ୍ୟାକେଟ୍ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଶରୀରରେ ପାଣିର ସନ୍ତୁଳନ ବିଗିଡ଼ି ଯାଇଥାଏ । ଡାକ୍ତରଙ୍କ ଅନୁସାରେ, ଯଦି ଆପଣଙ୍କୁ ଶୋଷ ଲାଗୁଛି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଶରୀର ପୂର୍ବରୁ ହିଁ କିଛି ମାତ୍ରାରେ ଡିହାଇଡ୍ରେଟ୍ ହୋଇସାରିଛି । ଏଥିସହ ଯଦି ଆପଣଙ୍କୁ ଥକ୍କା ଲାଗୁଛି, ମୁଣ୍ଡ ବିନ୍ଧୁଛି କିମ୍ବା କୌଣସି କାମରେ ମନ ଲାଗୁନାହିଁ, ତେବେ ଏହା ସାଧାରଣତଃ ପର୍ଯ୍ୟାପ୍ତ ପାଣି ନ ପିଇବାର ଫଳ ।
ପାଣି ପିଇବା ଆପଣଙ୍କ ଦୈନନ୍ଦିନ ଅଭ୍ୟାସର ଏକ ଅଂଶ ହେବା ଉଚିତ୍, କିନ୍ତୁ ଏହା ସହିତ ଆପଣଙ୍କ ଖାଦ୍ୟପେୟ ମଧ୍ୟ ଭଲ ହେବା ଦରକାର । ଆପଣ କେତେବେଳେ ଏବଂ କେମିତି ପାଣି ପିଉଛନ୍ତି, ସେଥିରୁ ହିଁ ଜଣାପଡ଼େ ଯେ ଶରୀରକୁ ଏହାର କେତେ ଫାଇଦା ମିଳିବ । ଶରୀରକୁ ପ୍ରକୃତରେ ସୁସ୍ଥ ଓ ହାଇଡ୍ରେଟେଡ୍ ରଖିବା ପାଇଁ ନିୟମିତ ଏବଂ ସଠିକ୍ ଢଙ୍ଗରେ ପାଣି ପିଇବା ନିହାତି ଜରୁରୀ ।
