Monday, March 30, 2026
36.2 C
Odisha

    ଅନଲାଇନ୍ ଅର୍ଡର କାରିଥିଲେ : ୨ ବର୍ଷ ପରେ ଆସି ପହଞ୍ଚିଲା ପ୍ରେସର କୁକୁର

    ଆଗକୁ ପଢନ୍ତୁ

    ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନରେ ଜୟ ନାମକ ଜଣେ ଯୁବକ ୨୦୨୨ ଅକ୍ଟୋବର ୧ରେ ଏକ ପ୍ରେସର କୁକର ଅର୍ଡର ଦେଇଥିଲେ। ତେବେ ଦୀର୍ଘ ୨ ବର୍ଷ ପରେ ଉକ୍ତ ପ୍ରେସର କୁକରଟି ଆସି ଶନିବାର ଜୟଙ୍କ ନିକଟରେ ଡେଲିଭରି ହୋଇଛି। ଏନେଇ ଜୟ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ସେ ୨୦୨୨ରେ ଆମାଜନରୁ ଗୋଟିଏ ପ୍ରେସର କୁକର ଅର୍ଡର କରିଥିଲେ। ତେବେ ଦିନକ ପରେ ଉକ୍ତ ଅର୍ଡରକୁ ସେ କ୍ୟାନସଲ କରିଥିଲେ। ଉକ୍ତ ପ୍ରେସର କୁକରର ଦାମ ରହିଥିବା ୧୭୦୦ ଟଙ୍କା ମଧ୍ୟ ତାଙ୍କୁ ଫେରସ୍ତ ମିଳିଥିଲା। ଦୀର୍ଘ ୨ ବର୍ଷ ତଳର ଉକ୍ତ ଅର୍ଡରଟି ବାତିଲ ହୋଇ ସାରିଥିଲେ ମଧ୍ୟ, ପୁଣି କିଭଳି ତାଙ୍କୁ ଡେଲିଭରି ହେଲା ସେନେଇ ଜୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଦୀର୍ଘ ସମୟର ଅପେକ୍ଷା ପରେ ଏହି ପ୍ରେସର କୁକରଟି ତାଙ୍କ ନିକଟରେ ପହଞ୍ଚିଛି। ତେଣୁ ଏହା ତାଙ୍କ ପାଇଁ ଏକ ବିଶେଷ ପ୍ରେସର କୁକର ବୋଲି ଜୟ କହିଛନ୍ତି।
    https://x.com/thetrickytrade/status/1829065532282200454?t=f2RPc79_uu_kZD7a0qBeqA&s=19

    ଜୟ ଆହୁରି କହିଛନ୍ତି, ସେ ଅର୍ଡର କରିଥିବା କୁକରର ସମସ୍ତ ଟଙ୍କା ଫେରସ୍ତ ପାଇ ସାରିଛନ୍ତି। ବର୍ତ୍ତମାନ ତାଙ୍କୁ କୌଣସି କୁକର ଦରକାର ନ ଥିଲା। ତେଣୁ ଏବେ ତାଙ୍କ ନିକଟରେ ପହଞ୍ଚିଥିବା ପ୍ରେସର କୁକର ପାଇଁ ସେ କାହିଁକି ପୁନଶ୍ଚ ଟଙ୍କା ପୈଠ କରିବେ, ସେନେଇ ଜୟ ଆମାଜନ ଇଣ୍ଡିଆକୁ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    23 %
    1.8kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ