Friday, April 3, 2026
33.6 C
Odisha

    ଅନାହାର ମୃତ୍ୟୁ ଅପେକ୍ଷାରେ ଗାଜାର ୨୨ ଲକ୍ଷ ଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ଯୁଦ୍ଧ ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲକ୍ଷ ଲକ୍ଷ ଲୋକ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି। ତେବେ ଯୁଦ୍ଧ ମଧ୍ୟରେ ଖାଦ୍ୟ ସଙ୍କଟ ଗୁରୁତର ସ୍ଥିତି ସୃଷ୍ଟି କରୁଛି। ଲୋକେ ଦିନକୁ ଥରେ ହେଲେ ବି ଖାଇବାକୁ ପାଉନାହାନ୍ତି। ସ୍ଥିତି ଏପରି ହୋଇଛି ଯେ ଲୋକେ ଖାଇବାକୁ ନ ପାଇ ଅକାଳରେ ପ୍ରାଣ ହରାଉଛନ୍ତି। ଏବେ ୨୨ ଲକ୍ଷ ଲୋକ ଅନାହାର ମୃତ୍ୟୁ ଅପେକ୍ଷାରେ ଅଛନ୍ତି ବୋଲି ମିଳିତ ଜାତିସଂଘ (ୟୁଏନ)ପକ୍ଷରୁ କୁହାଯାଇଛି। ଗାଜାରେ ଖାଦ୍ୟ ପାଇଁ ସଂଘର୍ଷ ଆରମ୍ଭ ହୋଇଯାଇଛି। ଖାଦ୍ୟ ସଙ୍କଟ ମଧ୍ୟରେ ଇସ୍ରାଏଲ ସେନାର ଜୁଲମ ମଧ୍ୟ ଲୋକଙ୍କୁ ଭୋଗିବାକୁ ପଡୁଛି। ଗତ ୧ ତାରିଖରେ ଖାଦ୍ୟ ନେବାକୁ ଯାଇଥିବା ଲୋକଙ୍କ ଉପରେ ଇସ୍ରାଏଲ ସେନା ଗୁଳି ମାଡ଼ କରିଥିଲା। ଏଥିରେ ୧୧୨ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଗୁଳିମାଡ଼ ପରେ ଯେଉଁ ଗାଡ଼ିରେ ରିଲିଫ ସାମଗ୍ରୀ ଯାଇଥିଲେ ସେହି ଗାଡ଼ି ମୃତଦେହ ଏବଂ ଆହତଙ୍କୁ ଧରି ଡାକ୍ତରଖାନା ଯାଇଥିଲା। ଏ ପର୍ଯ୍ୟନ୍ତ ଯୁଦ୍ଧରେ ୩୦ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଜୀବନ ଗଲାଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ