Sunday, January 18, 2026
30.1 C
Odisha

    ଅନୁପ୍ରବେଶକାରୀଙ୍କୁ ଭୋଟରର ସ୍ୱୀକୃତି ଦେଉଛି ଟିଏମ୍‌ସି: ମୋଦୀ

    ଆଗକୁ ପଢନ୍ତୁ

    ମାଲଦା : ପଶ୍ଚିମବଙ୍ଗର ମାଲଦାରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପୁରଣା କଥାକୁ ଦୋହରାଇଛନ୍ତି । ପଶ୍ଚିମବଙ୍ଗ ପାଇଁ ଏବେ ଅନୁପ୍ରବେଶ ମୁଖ୍ୟ ସମସ୍ୟା ତଥା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି । ରାଜ୍ୟ ଏକାଧିକ ଅଞ୍ଚଳରେ ଜନସଂଖ୍ୟାର ସନ୍ତୁଳନ ବିପର୍ଯ୍ୟସ୍ତ ହେଉଛି । ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅନୁପ୍ରବେଶକାରୀଙ୍କୁ ଭୋଟରର ମାନ୍ୟତା ପ୍ରଦାନ କରୁଛି । ଫଳରେ ଗରିବ ଲୋକ ସେମାନଙ୍କ ଅଧିକାରରରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟିଏମ୍‌ସି ଆପଣଙ୍କ ଦୁଃଖ ବିଷୟରେ ଚିନ୍ତିତ ନୁହେଁ । ଆୟୁଷ୍ମାନ ଯୋଜନା ଏଠାରେ କାର୍ଯ୍ୟକାରୀ କରାଯାଉନାହିଁ । ଏଭଳି କଠୋର ହୃଦୟର ସରକାରଙ୍କୁ ରାଜ୍ୟରୁ ହଟାଇବା ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି । ସେପଟେ ଶନିବାର ବିଜେପି ତରଫରୁ ସମ୍ବାଦିକ ସମ୍ମିଳନୀ କରାଯାଇ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରାଯାଇଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ମମତା ୧୦ ହଜାର ଟଙ୍କାରେ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ନାଗରିକତା ପ୍ରଦାନ କରୁଛନ୍ତି । ସେ କେବଳ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖାସକରି ସେଥିପାଇଁ ସେ ଆଇ-ପ୍ୟାକ କାର୍ଯ୍ୟାଳୟରେ ଇଡିର ଚଢ଼ାଉ ଓ ଫାଇଲ ଜବତ କରିବା ଦ୍ୱାରା ଚିନ୍ତିତ ହୋଇପଡିଛନ୍ତି ବୋଲି ପାତ୍ର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ