Sunday, February 22, 2026
21.2 C
Odisha

    ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍‌ ଆସିନାହିଁ : ମୁଖ୍ୟ ନିର୍ବାଚନ ଅଧିକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଇଭିଏମ୍‌ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍‌ ଆସିନାହିଁ । ଗତକାଲି ବିଜେଡି ପକ୍ଷରୁ ଇଭିଏମ ଚୋରିର ଅଭିଯୋଗ ଆସିଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ କହିଛନ୍ତି ରାଜ୍ୟର ୩୦ଟି ଜିଲ୍ଲାରେ ଇଭିଏମ୍‌ ଷ୍ଟ୍ରଙ୍ଗରୁମରେ ରହିଛି । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ମାସରେ ଥରେ ଲେଖାଏଁ ଯାଞ୍ଚ କରାଯାଏ । ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଥାନ୍ତି । ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ଏଯାଏ ଇଭିଏମକୁ ନେଇ ବିରୋଧୀଙ୍କ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇନାହିଁ । ସମସ୍ତ ଯାଞ୍ଚର ଭିଡ଼ିଓଗ୍ରାଫି ହୋଇଥିବା ନେଇ ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    42 %
    1.9kmh
    67 %
    Sat
    21 °
    Sun
    34 °
    Mon
    35 °
    Tue
    34 °
    Wed
    34 °

    ସମ୍ବନ୍ଧିତ