Wednesday, April 8, 2026
23.9 C
Odisha

    ଅପରେସନ୍ ସାଇବର କବଚ, ୧୦ ସାଇବର ଠକ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅପରେସନ୍ ସାଇବର କବଚ । ୧୦ ଜଣ ସାଇବର ଠକ ଗିରଫ । ୩ଟି ସିଣ୍ଡିକେଟ୍ ନିଷ୍କ୍ରିୟ । ଭୁବନେଶ୍ୱର-କଟକ ସହରରେ ସକ୍ରିୟ ଥିବା ୩ଟି ସାଇବର ଅପରାଧ ନେଟୱର୍କକୁ ଚିହ୍ନଟ କରିଛି କମିଶନରେଟ୍ ପୋଲିସର ସାଇବର ଅପରାଧ ଶାଖା । ଠକେଇରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରାଯିବା ସହିତ ଏଥିରେ ସମ୍ପୃକ୍ତ ସାଇବର ଅପରାଧୀମାନଙ୍କ ବିରୋଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

    ଏଥିସହିତ , ଟେଲିଗ୍ରାମ୍ ,ବିନାନ୍ସ ପ୍ଲାଟଫର୍ମ୍ , କ୍ରିପ୍ଟୋ କରେନ୍ସି ଭଳି ସୋସିଆଲ ପ୍ଲାଟଫର୍ମ ଗୁଡିକରେ ଗତ ୨ ବର୍ଷରୁ ଅଧିକ ସମୟ ଧରି ଦେଶବ୍ୟାପୀ ସକ୍ରିୟ ଥିବା ଏହି ସାଇବର ଠକେଇ ସିଣ୍ଡିକେଟ୍ର ସଦସ୍ୟଙ୍କ ଠାରୁ ଦାମୀ ଗାଡ଼ି, ୩୭ଟି ଡେବିଟ୍ କାର୍ଡ୍, ୧୬ଟି ଚେକ୍ ବୁକ୍, ଉଚ୍ଚମାନର ଇଲେକ୍ଟ୍ରନିକ୍ ସାମଗ୍ରୀ ଏବଂ ଅନେକ ବେନାମୀ ସିମ୍ କାର୍ଡ୍ ମଧ୍ୟ ଜବତ କରିଛି ପୋଲିସ । ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ହେଉଛି ‘ଅପରେସନ ସାଇବର କବଚ’ର ମୁଖ୍ୟ ଉଦ୍ଦେଶ୍ୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ