ଆଜି ଦେବ ଉତ୍ଥାନ ଏକାଦଶୀ । କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଏକାଦଶୀକୁ ଦେବ ଉତ୍ଥାନ ଏକାଦଶୀ କୁହାଯାଏ । ଏହି ଏକାଦଶୀରୁ ବିଷ୍ଣୁ ଚିରନିଦ୍ରାରୁ ଉଠନ୍ତି । ଏହାପରେ ସମସ୍ତ ଶୁଭକାର୍ଯ୍ୟ ହୋଇପାରେ । ଭଗବାନ ବିଷ୍ଷୁ ଚତୁଃମାସ ଚିରନିଦ୍ରାରେ ଶୋଇବା ପରେ ଆଜି ଉଠନ୍ତି । ବିବାହ, ବ୍ରତ, ଘର ଶୁଭ ଦେବା ଇତ୍ୟାଦି କାମ ଆସିଟାରୁ ହୋଇପାରିବ । ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନ ଚାରି ମାସର ଯୋଗନିଦ୍ରାରୁ ଜାଗ୍ରତ ହୋଇଥାନ୍ତି ଭଗବାନ ଶ୍ରୀହରି ବିଷ୍ଣୁ ।
ଦେବଉତ୍ଥାନ ଏକାଦଶୀ ପୂଜା ମୁହୂର୍ତ୍ତ :
ବ୍ରହ୍ମ ମୁହୂର୍ତ୍ତ : ସକାଳ ୫.୦୧ ରୁ ୫.୫୪ ପର୍ଯ୍ୟନ୍ତ
ଅଭିଜିତ ମୁହୂର୍ତ୍ତ : ୧୧.୪୫ ରୁ ଅପରାହ୍ନ ୧୨.୨୮ ମିନିଟ୍ ଯାଏଁ
ବିଜୟ ମୁହୂର୍ତ୍ତ : ଅପରାହ୍ନ ୧.୫୩ ରୁ ୨.୩୫ ମିନିଟ ଯାଏଁ
ଗୋଧୂଳି ମୁହୂର୍ତ୍ତ : ସନ୍ଧ୍ୟା ୫.୨୬ ରୁ ୫.୫୨ ଯାଏଁ
ଅମ୍ତ କାଳ : ରାତି ୨.୦୩ ରୁ ୩.୩୯ ଯାଏଁ
ରବି ଯୋଗୁଁ ପୁରା ଦିନ
ପୂଜା ବିଧି : ଦେବଉତ୍ଥାନ ଏକାଦଶୀରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ପୂଜା ବିଧିବିଧାନରେ କରାଯାଏ । ଏହି ସକାଳୁ ଉଠି ସ୍ନାନ କରିବା ସହିତ ଘର ଏବଂ ମନ୍ଦିରକୁ ଭଲ ଭାବେ ସଫା କରିବା ଉଚିତ । ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ସଫା କରି ନୂତନ ବସ୍ତ୍ର ପିନ୍ଧାଇବା ଉଚିତ । ଏହାପରେ ଆସନକୁ ଫୁଲରେ ସଜାଇବା ସହିତ ଭଗବାନ ବିଷ୍ଣୁଙ୍କୁ ଗଙ୍ଗାଜଳରେ ସ୍ନାନ କରାନ୍ତ, ଏହାପରେ ତିଳକ ଲଗାନ୍ତ ଏବଂ ପୁଷ୍ପ ଅର୍ପଣ କରନ୍ତୁ ।
ଧାର୍ମିକ ମାନ୍ୟତା ଅନୁଯାୟୀ ଦେବଶୟନ ଏକାଦଶୀ ଆରମ୍ଭ ହେବା ପରେ ବିବାହ ଭଳି ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଥାଏ । ପ୍ରଚଳିତ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀହରି ଯୋଗ ନିଦ୍ରାରୁ ଉଠିବା ପରେ ପ୍ରଥମେ ମାତା ତୁଳସୀଙ୍କ ଡାକ ଶୁଣନ୍ତି । ଏହିଦିନ ଶାଳଗ୍ରାମ ସହିତ ତୁଳସୀଙ୍କ ବିବାହ ଯୋଗୁଁ ତୁଳସୀପୂଜାର ମହତ୍ତ୍ୱ ରହିଛି ।
