Friday, March 13, 2026
37.7 C
Odisha

    ‘ଅପରେସନ ସିନ୍ଦୂର’ର ଟ୍ରେଡ୍‌ମାର୍କ ଆବେଦନ ପ୍ରତ୍ୟାହାର କଲା ରିଲାଏନ୍ସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ନରସଂହାରର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକ୍‌ ଅଧିକୃତ କାଶ୍ମୀର ଓ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଥିଲା। ତେବେ ଏହି ‘ଅପରେସନ ସିନ୍ଦୂର’ର ଟ୍ରେଡ୍‌ମାର୍କ ପାଇଁ କରିଥିବା ଆବେଦନକୁ ରିଲାଏନ୍ସ ପ୍ରତ୍ୟାହାର କରିନେଇଛି। ଏହି ଆବେଦନ ଅନଧିକୃତ ବୋଲି କମ୍ପାନୀ କହିଛି। ଏଥିସହ ଏହି ଶବ୍ଦକୁ ସାହସିକତାର ଏକ ଜାତୀୟ ପ୍ରତୀକ ବୋଲି କହିଛି କମ୍ପାନୀ। ଏକ ବିବୃତ୍ତିରେ କମ୍ପାନୀ କହିଛି; ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏକ ୟୁନିଟ୍ ଜିଓ ଷ୍ଟୁଡିଓଜ୍ ‘ଅପରେସନ ସିନ୍ଦୂର’ର ଟ୍ରେଡ୍‌ମାର୍କ ଆବେଦନ ପ୍ରତ୍ୟାହାର କରିଛି, ଯାହା ଜଣେ କନିଷ୍ଠ ବ୍ୟକ୍ତି ଅନୁମତି ବିନା ଅଜାଣତରେ ଦାଖଲ କରିଥିଲେ। କମ୍ପାନୀ ଆହୁରି କହିଛି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏହାର ସମସ୍ତ ଅଂଶୀଦାର ଅପରେସନ୍ ସିନ୍ଦୂର ଉପରେ ଅତ୍ୟନ୍ତ ଗର୍ବିତ।

    ପୂର୍ବରୁ ରିପୋର୍ଟ ହୋଇଥିଲା ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଅନ୍ୟ ତିନି ସଂସ୍ଥା ଆବେଦନ କରିଥିଲେ। ଯେଉଁଥିରେ ମିଡିଆ, ସାଂସ୍କୃତିକ, ଶିକ୍ଷାଗତ ଓ ମନୋରଞ୍ଜନ ସେବା ଅନ୍ତର୍ଭୁକ୍ତ ଥିଲା। ଅପରେସନ୍ ସିନ୍ଦୂର’ ପାଇଁ ଚାରୋଟି ପୃଥକ ଟ୍ରେଡମାର୍କ ଫାଇଲିଂ ଦାଖଲ କରାଯାଇଥିଲା। ରିଲାଏନ୍ସ ବ୍ୟତୀତ, ମୁମ୍ବଇ ବାସିନ୍ଦା ମୁକେଶ ଚେତରାମ ଅଗ୍ରୱାଲ, ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ୍ କ୍ୟାପ୍ଟେନ୍ କମଲ ସିଂହ ଓବେର୍ହ ଏବଂ ଦିଲ୍ଲୀରେ ରହୁଥିବା ଓକିଲ ଆଲୋକ କୋଠାରୀ ଟ୍ରେଡ୍‌ମାର୍କ ପାଇଁ ଆବେଦନ କରିଥିଲେ। ଭାରତରେ, ‘ଅପରେସନ୍ ସିନ୍ଦୂର’ ଭଳି ସାମରିକ ଅଭିଯାନର ନାମଗୁଡ଼ିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସାଧାରଣତଃ ପଞ୍ଜୀକୃତ କରେ ନାହିଁ କିମ୍ବା ସେମାନଙ୍କୁ ବୌଦ୍ଧିକ ସମ୍ପତ୍ତି ଭାବରେ ବ୍ୟବହାର କରେ ନାହିଁ। କୌଣସି ନିର୍ଦ୍ଦିଷ୍ଟ ଆଇନଗତ ସୁରକ୍ଷା ବିନା, ଏହି ନାମଗୁଡ଼ିକୁ ବ୍ୟକ୍ତିଗତ କିମ୍ବା କମ୍ପାନୀଗୁଡ଼ିକ ଟ୍ରେଡମାର୍କ ଫାଇଲିଂ ମାଧ୍ୟମରେ ଦାବି କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ